ଯୁଦ୍ଧ ପରିସ୍ଥିତି ମଧ୍ୟରେ ଲୋକଙ୍କୁ ପୀଡ଼ିତଙ୍କ ପାଇଁ ସାହାଯ୍ୟ ମାଗିଲେ ୟୁକ୍ରେନ ସୁନ୍ଦରୀ

ନୂଆଦିଲ୍ଲୀ: ରଷ ସହିତ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନର ଅନେକ ନାଗରିକ ଦେଶ ପାଇଁ ଅସ୍ତ୍ର ଉଠାଇଛନ୍ତି। ଏହି କ୍ରମରେ ମିସ୍ ୟୁକ୍ରେନ ରୁଷ ବିରୁଦ୍ଧରେ ଯୁଦ୍ଧ ପାଇଁ ଅସ୍ତ୍ର ଉଠାଇଥିବା ଖବର ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଏହି ବିୟୁଟି କୁଇନ ତାଙ୍କ ପ୍ରଶଂସକ ତଥା ସମସ୍ତ ଲୋକଙ୍କୁ ଯୁଦ୍ଧରେ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।

ରୁଷ ସହିତ ଲଢ଼ିବା ପାଇଁ ଅସ୍ତ୍ର ଉଠାଇଥିବା ପୂର୍ବତନ ମିସ୍ ଗ୍ରାଣ୍ଡ ୟୁକ୍ରେନ ବିୟୁଟି ଯୁଦ୍ଧରେ ପୀଡିତଙ୍କୁ ସାହାଯ୍ୟ  କରିବା ପାଇଁ ଦାନର ନିବେଦନ କରୁଛନ୍ତି। ଅନାସ୍ତାସିଆ ଲେନା ପ୍ରମାଣ କରିଛନ୍ତି ଯେ ସେ ୟୁକ୍ରେନର ପ୍ରକୃତ ନାଗରିକ। ଏହି ସାହସିକ ମଡେଲ ଯେଉଁମାନେ ଏହି ଯୁଦ୍ଧର ଶିକାର ହୋଇଛନ୍ତି ସେମାନଙ୍କୁ କିଛି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଦାନ ପାଇଁ ସେ ତାଙ୍କ ସୋସିଆଲ ପେଜରେ ଏକ ଲିଙ୍କ୍ ସେୟାର କରିଛନ୍ତି ।

୨୪ବର୍ଷ ବୟସ୍କା ମଡେଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ ସମଗ୍ର ବିଶ୍ୱର ଲୋକଙ୍କୁ ମୋର ନମସ୍କାର, ମୋର ନାମ ଅନାସ୍ତାସିଆ ଲେନା ଏବଂ ମୁଁ ମିସ୍ ୟୁକ୍ରେନ । ଯେମିତି କି ଆପଣ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲରେ ଶୁଣିଥିବେ, ଆମର ଲୋକଙ୍କୁ ,ଆମ ଘରକୁ ରୁଷର ସେନା ନଷ୍ଟ କରିବାକୁ ସଂକଳ୍ପବଦ୍ଧ । ଆମେ କେବଳ ଆମର ପିଲାମାନଙ୍କୁ ନୁହେଁ ଆମର ଗଣତନ୍ତ୍ର ଏବଂ ସ୍ୱାଧୀନତାକୁ ମଧ୍ୟ ସୁରକ୍ଷା ଦେଉଛୁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ମୋର ଗ୍ରୁପ ‘ଡୋନେଟ ୟୁକ୍ରେନ’ ରେ ସାମିଲ ହୁଅନ୍ତୁ। ଏହା ମୋର ଅଫିସିଆଲ ଗ୍ରୁପ । ସମସ୍ତ ଦାନ ୟୁକ୍ରେନ ଯୁଦ୍ଧରେ ପୀଡିତଙ୍କ ନିକଟକୁ ଯିବ।’

 

ସମ୍ବନ୍ଧିତ ଖବର