ୟୁକ୍ରେନରେ ସୈନିକଙ୍କ ଉନ୍ମତ୍ତ କାଣ୍ଡ : ମିସାଇଲ୍ ଫାକ୍ଟ୍ରି ଭିତରେ ଗୁଳି ବର୍ଷଣ କରି ୫ ଜଣଙ୍କୁ ହତ୍ୟା କଲେ

କ୍ଵିଭ୍: ଗୁରୁବାର ସକାଳେ ୟୁକ୍ରେନରେ ଜଣେ ସୈନିକ ମିଲିଟାରି ସରଞ୍ଜାମ ତିଆରି କରୁଥିବା କମ୍ପାନି ଉପରେ ଆଖିବୁଜା ଗୁଳି ବର୍ଷଣ କରିଛନ୍ତି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ  ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। କେଉଁ କାରଣରୁ ଏହି ଗୁଳି ବର୍ଷଣ ହୋଇଛି ତାହା ଜଣା ପଡିନାହିଁ । ମିଡିଆ ରିପୋର୍ଟ ଅନୁସାରେ ଆକ୍ରମଣକାରୀକୁ ଗିରଫ କରାଯାଇଛି। କୁହାଯାଉଛି ଏହି ଆକ୍ରମଣର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ସହ କୌଣସି ସମ୍ବନ୍ଧ ନାହିଁ।

ଏହି ଘଟଣା ଦିପ୍ରୋ ଅଞ୍ଚଳରେ ଥିବା ପିଭଡେମେଶ୍ ମିସାଇଲ ଫ୍ୟକ୍ଟ୍ରିରେ ହୋଇଛି । ପୁଲିସ କହିଛି ମୃତକଙ୍କ ମଧ୍ୟରୁ ୪ ଜଣ ଫ୍ୟାକ୍ଟ୍ରିର କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ସାମିଲ ଅଛନ୍ତି। ଖବର ଅନୁସାରେ ଗୁଳି ଚଳାଇବା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ତାକୁ ଗିରଫ କରାଗଲା। ତା’ ପାଖରୁ ଗୋଟିଏ ଏକେ-୪୭ ଓ ୨୦୦ ଗୁଳି ଜବତ କରାଯାଇଛି।

ୟୁକ୍ରେନର ଉପ ଗୃହମନ୍ତ୍ରୀ ଏଣ୍ଟନ୍ ଗ୍ରେଶେଙ୍କ କହିଛନ୍ତି, ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କଲୁ ଏହି ଘଟଣା ପଛରେ କ’ଣ ଉଦ୍ଦେଶ୍ୟ ଅଛି ? ଆକ୍ରମଣକାରୀ ଉପରେ କୌଣସି ମାନସିକ ଚାପ ପକାଯାଇଥିଲା ଥିଲା ନା ତାର ନିଜର ବ୍ୟକ୍ତିଗତ ମାନସିକ ଚାପ ଥିଲା । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ଏବଂ  କମିଟି ମାମଲାର ଯାଞ୍ଚ କରୁଛି।

ଏହି ଘଟଣା ଗୁରୁବାର ଦିନ ସେତେବେଳେ ଘଟିଲା ଯେତେବେଳେ ଏଠାକାର ଜଣେ କର୍ମଚାରୀ  ସୈନିକଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ସାମନାପଟୁ ଜଣେ ମିଲିଟାରି ଗାର୍ଡ ଗୁଳିଚାଳନା କରିଥିଲେ । ଘଟଣା ପରେ ପୁଲିସ ତଲାସୀ ଅଭିଯାନ ଆରମ୍ଭ କରିଥିଲା ଓ ୪ ଘଣ୍ଚା ପିଛା କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର ନାମ ଆର୍ତେମି ରେବେଚୁକ ବୋଲି କୁହାଯାଉଛି। ଖବର ଅନୁସାରେ ଯେତେବେଳେ ଗଳିକାଣ୍ଡ ଆରମ୍ଭ ହେଲା ସେତେବେଳେ କିଛିଲୋକ ଏହି ଘଟଣାକୁ ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ହେଲା ବୋଲି ଧରି ନେଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଏହି ଘଟଣାର  ୟୁକ୍ରେନ-ରୁଷିଆ ଯୁଦ୍ଧ ସହିତ କୌଣସି ସମ୍ପର୍କ ନଥିଲା।

ଏହି ମାସ ଆରମ୍ଭରେ ଆମେରିକା ୟୁକ୍ରେନ ଉପରେ ଏକ ଆଲର୍ଟ ଜାରି କରିଥିଲା। ଏଥିରେ କୁହାଯାଇଥିଲା ୟୁକ୍ରନରେ ରୁଷିଆ ନିଜର ଗୁପ୍ତଚୋରମାନଙ୍କୁ ସକ୍ରିୟ କରି ଦେଇଛି। ଏମାନଙ୍କୁ ୟୁକ୍ରେନରେ ଗଡବଡ କରିବା ପାଇଁ ଆଦେଶ ଦିଆଯାଇଛି। ଏମାନେ ଶିଳ୍ପାଞ୍ଚଳ ଗୁଡିକୁ କ୍ଷତି ପହଞ୍ଚାଇପାରନ୍ତି ବୋଲି ମଧ୍ୟ ଆମେରିକା ସନ୍ଦେହ କରି କହିଥିଲା। ଯେଉଁ ଫ୍ୟାକ୍ଟ୍ରିରେ ଗୁରୁବାର ଦିନ ଗୁଳି ବର୍ଷଣ ହେଲା ସେଠାରେ ଏୟାର ସ୍ପେଶ୍ ଟେକ୍ନୋଲୋଜି ଉପରେ କାମ ହୋଇଥାଏ ଓ  ରକେଟ୍ ବି ତିଆରି କରାଯାଇଥାଏ । ୟୁକ୍ରେନ ପାଇଁ ଏହି ଫ୍ୟାକ୍ଟ୍ରି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ୟୁକ୍ରେନର ଅର୍ଥନୀତି ପାଇଁ ଦିପ୍ରୋ ଏକ ଗୁରୁତ୍ଵପୂର୍ଣ୍ଣ ସହର ଅଟେ। ଏଠାରେ ବାଲିଷ୍ଟିକ୍ ମିଶାଇଲ୍ ଫ୍ୟାକ୍ଟ୍ରି ମଧ୍ୟ ଅଛି।

ସମ୍ବନ୍ଧିତ ଖବର