କିବ୍: ୟୁକ୍ରେନ୍ ଉପରେ ଋଷ ଚଳାଇଥିବା ସାମରିକ ଆକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ହେଗ୍ର ଆନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହୋଇଛି ୟୁକ୍ରେନ୍। ରବିବାର ଏହି ସୂଚନା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି।
ୟୁକ୍ରେନ୍ ଋଷ ବିରୋଧରେ ଆଇସିଜେରେ ଦାଖଲ କରିଥିବା ଆବେଦନରେ କହିଛି ଯେ ୟୁକ୍ରେନ୍ରେ ଚାଲିଥିବା ନରସଂହାରର ପାଇଁ ଋଷକୁ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଏହି ଆବେଦନ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଋଷକୁ ବର୍ତ୍ତମାନ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଆଇସିଜେକୁ ୟୁକ୍ରେନ୍ ଅନୁରୋଧ କରଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି।
ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ତାଙ୍କ ଦେଶ ଉପରେ ଆକ୍ରମଣ ପରେ ରୁଷକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ବାହାର କରିଦିଆଯିବା ଉଚିତ୍।