ୟୁକ୍ରେନକୁ ମିଳିବ ଆମେରିକାର ରହସ୍ୟମୟ ଡ୍ରୋନ ‘ଫିନିକ୍ସ ଘୋଷ୍ଟ’, ରୁଷ ପାଇଁ ଚିନ୍ତାର କାରଣ ହୋଇପାରେ

ଓ୍ବାସିଂଟନ : ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ ଘୋଷ୍ଟ ଡ୍ରୋନ ଓ ହାଓ୍ବିତଜର ତୋପ ।

ତେବେ ଫିନିକ୍ସ ଘୋଷ୍ଟ ଡ୍ରୋନ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । କାରଣ ଆମେରିକାର ଏହି ଅତ୍ୟାଧୁନିକ ଡ୍ରୋନ ବିଶ୍ବର ସବୁଠାରୁ ରହସ୍ୟମୟ ଡ୍ରୋନ ବୋଲି କୁହାଯାଉଛି । କାରଣ ଏହା ପ୍ରକୃତରେ ଦେଖିବାକୁ କିପରି ସେ ସମ୍ପର୍କରେ ଆମେରିକା ବାହାରର ଦୂନିଆରେ କୌଣସି ଧାରଣା ନାହିଁ । ଏପରିକି ଏହା ଆମେରିକା ସାମରିକ ବାହିନୀରେ ବି ସାମିଲ ହୋଇନାହିଁ । ପ୍ରଥମ ଥର ପାଇଁ ସର୍ବାଧୁନିକ ଡ୍ରୋନକୁ ୟୁକ୍ରୋନକୁ ପ୍ରଦାନ କରିବ ଆମେରିକା । ଏହାର ଆକ୍ରମଣ କ୍ଷମତା ଅତି ଘାତକ ଓ ଏହା ରାଡାରରେ ବି ଦୃଶ୍ୟମାନ ହୋଇନଥାଏ । ପୂର୍ବ ୟୁକ୍ରେନର ଭୌଗୋଳିକ ସ୍ଥିତି ଅନୁସାରେ ଏହି ଡ୍ରୋନ ବେଶ ପ୍ରଭାବି ହୋଇପାରିବ ବୋଲି ପେଣ୍ଟାଗନର ମୁଖପାତ୍ର ଜନ କର୍ବି କହିଛନ୍ତି ।

ଏହି ଡ୍ରୋନ ଟାର୍ଗେର ଫଟୋ ଫଠାଇ ପଠାଇପାରିବ । ତେବେ ଏହାର ମୁଖ୍ୟ କାମ ହେଉଛି ଆକ୍ରମଣ କରିବା ବୋଲି କର୍ବି କହିଛନ୍ତି । ଏହି ଡ୍ରୋନର ମୁକାବିଲା କରିବା ରୁଷ ସେନା ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି ଆଶାକରାଯାଉଛି ।

 

 

ସମ୍ବନ୍ଧିତ ଖବର