ୟୁକ୍ରେନର ସେଭେରୋଡୋନେସ୍କ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ, ପ୍ରାଣମୁର୍ଚ୍ଛା ପ୍ରତିରୋଧ କରୁଛି ୟୁକ୍ରେନ ସେନା

କିବ୍ : ଗତ ଶନିବାରଦିନ ୟୁକ୍ରେନର ଶିଳ୍ପନଗରୀ ଲିମାନକୁ ଦଖଲ କରିବା ପରେ ରୁଷ ସେନା ଏବେ ଆଉ ଏକ ସହର ସେଭେରୋଡୋନେସ୍କକୁ ଅଧିକାର କରିବାକୁ ଅଭିଯାନ ଚଳାଇଛି । ଏହି ସହର ଉପରେ ରୁଷ ସେନା ପକ୍ଷରୁ ପ୍ରବଳ ବୋମାମାଡ଼ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରୁଷ ସେନା ଏପର୍ଯ୍ୟନ୍ତ ସେଭେରୋଡୋନେସ୍କର ଏକ ତୃତୀୟାଂଶ ଅଂଚଳ ଅଧିକାର କରିନେଇଛି । ତେବେ ଏହି ସହରରେ ଥିବା ୟୁକ୍ରେନ ସେନା ପକ୍ଷରୁ ରୁଷ ସେନାକୁ ପ୍ରବଳ ପ୍ରତିରୋଧ କରାଯାଉଛି । ଏହି କାରଣରୁ ଏହି ସହରକୁ ଅଧିକାର କରିବା ବିଳମ୍ବ ହେଉଛି ବୋଲି ଋଷ ସମର୍ଥିତ ଜଣେ ବିଦ୍ରୋହୀ କମାଣ୍ଡର ଲିଓନିଡ ପାସେଚନିକ କହିଛନ୍ତି । ୟୁକ୍ରେନର ଅଧିକାରୀମାନେ ବି ସ୍ବୀକାର କରିଛନ୍ତି ଯେ ରୁଷ ସେନା ସହରର ଏକ ବଡ଼ ଅଂଚଳକୁ ଅଧିକାର କରିନେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସହରର ଭିତ୍ତିଭୂମିକୁ ବିଶେଷ କ୍ଷତିଗ୍ରସ୍ତ ନ କରିବାକୁ ରୁଷ ସେନା ଉଦ୍ୟମ କରୁଥିଲେ ବି ବୋମା ମାଡ଼ ଯୋଗୁଁ ସହରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି ।

ରୁଷ ସେନା ଗତ ୨୯ ତାରିଖରେ ଲିମାନ ନଗରୀକୁ ଅଧିକାର କରାଯାଇଥିଲା । ପୂର୍ବ ୟୁରୋପରେ ଅବସ୍ଥିତ ଲିମାନ ସହରର ପୁରୁଣା ସୋଭିଏତ ନାମ ହେଉଛି କ୍ରାସନି ଲାଇମାନ । ଏହାର ଲୋକସଂଖ୍ୟା ମାତ୍ର ୨୦ ହଜାର ଥିଲେ ବି ରାଜଧାନୀ କିବ୍ ରାସ୍ତାରେ ପଡ଼ୁଥିବାରୁ ସାମରିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ରହିଛି ।

ସମ୍ବନ୍ଧିତ ଖବର