ସ୍ବାଭାବିକ ହେଉଛି ୟୁକ୍ରେନ ରାଜଧାନୀ କିବ୍, ୧୭ରେ ଖୋଲିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିବରେ ପୁଣି ଥରେ ଖୋଲିବ ଭାରତୀୟ ଦୂତାବାସ । ରୁଷ ଆକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୧୩ରେ ଏହି ଦୂତାବାସକୁ ଅସ୍ଥାୟୀଭାବେ ବନ୍ଦ କରି ପୋଲାଣ୍ଡର ରାଜଧାନୀ ଓ୍ବାର୍ସାକୁ ଉଠାଇ ନିଆଯାଇଥିଲା । ମେ ୧୭ରେ କିବରେ ଥିବା ଭାରତୀୟ ଦୂତାବାସ ଖୋଲିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଯୁଦ୍ଧର ପ୍ରଥମ ଭାଗରେ ରୁଷ ପକ୍ଷରୁ କିବକୁ ଅଧିକାର ପାଇଁ ଘନ ଘନ ଆକ୍ରମଣ କରାଯାଉଥିବାବେଳେ ଗତ ମାସରେ ରୁଷ ସେନା ନିଜର ରଣନୀତି ବଦଳାଇଥିଲା ଓ କିବ ଉପରେ ଆକ୍ରମଣ ବନ୍ଦ କରି ପୂର୍ବ ଓ ଦକ୍ଷିଣ ୟୁକ୍ରେନ ଉପରେ ଫୋକସ କରାଯାଇଥିଲା । ବିଶେଷ କରି ଓଡେସା ବନ୍ଦର, ମାରିୟୁପୋଲ ଆଦି ସହରରେ ନିଜର ନିୟନ୍ତ୍ରଣକୁ ଦୃଢ କରିବା ଉପରେ ରୁଷ ଗୁରୁତ୍ବ ଦେଉଛି । କିବରେ ଆକ୍ରମଣ ବନ୍ଦ ହୋଇଯାଇଥିବାରୁ ସେଠାରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି । ଏହା ସହିତ ୟୁକ୍ରେନ ସେନା ବି ସେଠାରେ ନିଜର ନିୟନ୍ତ୍ରଣକୁ ଦୃଢ କରିଛି । ଏହି କାରଣରୁ ସେଠାରେ ପୁଣି ଭାରତୀୟ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ନିକଟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କିବ ପ୍ରରିଦର୍ଶନ କରି ସେଠାରେ ରୁଷ ସେନା ପକ୍ଷରୁ କରାଯାଇଥିବା ଧ୍ବଂସଲୀଳା  ଗଣହତ୍ୟା ଦେଖିଥିଲେ ।

 

 

 

ସମ୍ବନ୍ଧିତ ଖବର