‘ଭୟଙ୍କର ୟୁକ୍ରେନ୍‌ ଯୁଦ୍ଧ ସଫଳତାର ସହ ଅନ୍ତ ହେବା ଦରକାର’: ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଭାଷଣରେ କହିଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ଦିନ ୟୁକ୍ରେନକୁ ରୁଷର ଆକ୍ରମଣରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ଏପରିକି ତାଙ୍କ ସରକାର ପାଇଁ ଆଗକୁ କଠିନ ଆର୍ଥିକ ସ୍ଥିତି ରହିଥିଲେ ମଧ୍ୟ ସେ ୟୁକ୍ରେନ୍‌କୁ ସାହାଯ୍ୟ କରିବା ପାଇଁ କୁଣ୍ଠିତ ହେବେ ନାହିଁ।

୧୦ ଡାଉନିଂ ଷ୍ଟ୍ରିଟ୍‌ ବାହାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ସୁନକ୍‌ ରୁଷ-ୟୁକ୍ରେନ ଯୁଦ୍ଧକୁ ‘ଭୟଙ୍କର’ ବୋଲି କହିବା ସହ ‘ଭୟଙ୍କର ୟୁକ୍ରେନ୍‌ ଯୁଦ୍ଧ ସଫଳତାର ସହ ଅନ୍ତ ହେବା ଦରକାର’  ବୋଲି କହିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଋଷି ସୁନକଙ୍କୁ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ କିଭ ଏକ ପ୍ରମୁଖ ସାମରିକ ସହଯୋଗୀ ଲଣ୍ଡନ ସହିତ ସମ୍ପର୍କକୁ ମଜବୁତ କରିବାକୁ ପ୍ରସ୍ତୁତ ଅଛି।

‘ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଋଷି ସୁନକଙ୍କୁ ଅଭିନନ୍ଦନ!’ ଜେଲେନସ୍କି ନିଜର ଏକ ଟ୍ଵିଟ୍‌ ବାର୍ତ୍ତାରେ ଲେଖିଛନ୍ତି ଯେ ସେ ଆଶା ରଖିିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୁନକ ଆଜି ବ୍ରିଟିଶ ସମାଜ ଏବଂ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ତ ଆହ୍ଵାନକୁ ସଫଳତାର ସହ ମୁକାବିଲା କରିବାରେ ସକ୍ଷମ ହେବେ।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମିଳିତ ଭାବେ ୟୁକ୍ରେନ-ବ୍ରିଟିଶ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଜାରି ରଖିବାକୁ ପ୍ରସ୍ତୁତ!’

ସମ୍ବନ୍ଧିତ ଖବର