ନୂଆଦିଲ୍ଲୀ: ଆଜି ୟୁକ୍ରେନ୍ ଆକ୍ରମଣକୁ ମାସେ ପୂରୁଥିବା ବେଳେ ରୁଷୀୟ ସେନା ଯୁଦ୍ଧ ତୀବ୍ରତର କରିବା ପରେ ବେର୍ଡିୟାନ୍ସ୍କ୍ ବନ୍ଦରରେ ନିଆଁ ଲାଗିଯାଇଥିବା ‘ନେକ୍ଷ୍ଟା ଟିଭି’ ରିପୋର୍ଟ କରିଛି। ରୁଷୀୟ ସୈନିକମାନେ ବୋମା ପକାଇ ଗୋଟାଏ ଇନ୍ଧନ ଟ୍ୟାଙ୍କ୍ ନଷ୍ଟ କରିପକାଇବାରୁ ବନ୍ଦରରେ ନିଆଁ ଲାଗିଯାଇଛି।
ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ବୀକାରୋକ୍ତି ଆସିନାହିଁ।
ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ବବାସୀଙ୍କୁ ଆହ୍ବାନ କରିଛନ୍ତି।
Image Courtesy of News18ବୁଧବାର ରାତିରେ କିବ୍ ସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ଗୋଟାଏ ଅନ୍ଧାରିଆ ଜାଗାରେ ରେକର୍ଡ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଭାବବିହ୍ବଳ ହୋଇ ଜେଲେନ୍ସ୍କି ଇଂଗ୍ରାଜୀ ଭାଷାରେ କହିଛନ୍ତି, ଆପଣମାନେ ଛକ ଓ ରାସ୍ତାକୁ ଚାଲି ଆସନ୍ତୁ। ପ୍ରତ୍ୟକ୍ଷ ଭାବେ ଦେଖା ଦେଇ ବଡ଼ ପାଟିରେ କୁହନ୍ତୁ, ଜନତା ଗୁରୁତ୍ବପୂର୍ଣ୍ଣ। ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ, ଶାନ୍ତି ଗୁରୁତ୍ବପୂର୍ଣ୍ଣ। ୟୁକ୍ରେନ୍ ଗୁରୁତ୍ବପୂର୍ଣ୍ଣ।
ଆକ୍ରମଣକାରୀ ରୁଷ୍କୁ ତଡ଼ିବା ପାଇଁ ଯେକୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଆବଶ୍ୟକ ପ୍ରଦାନ କରି ୟୁକ୍ରେନ୍କୁ ଫଳପ୍ରଦ ଏବଂ ଅବାଧ ସମର୍ଥନ ଯୋଗାଇ ଦେବା ପାଇଁ ଭିଡିଓ କନ୍ଫରେନ୍ସ୍ରେ ‘ନାଟୋ’ ସଦସ୍ୟମାନଙ୍କୁ କହିବେ ବୋଲି ଜେଲେନ୍ସ୍କି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/port.jpg)