ରୁଷୀୟ ରକେଟ୍‌ ଆକ୍ରମଣରେ ୟୁକ୍ରେନୀୟ ଅଭିନେତ୍ରୀ ଓକ୍‌ସାନା ଶ୍ବେତ୍‌ସ୍‌ ନିହତ

କିବ୍: କିବ୍‌ସ୍ଥିତ ଗୋଟାଏ ଆବାସିକ ଅଟ୍ଟାଳିକା ଉପରେ ରୁଷୀୟ ରକେଟ୍‌ ଆକ୍ରମଣରେ ୟୁକ୍ରେନୀୟ ଅଭିନେତ୍ରୀ ଓକ୍‌ସାନା ଶ୍ବେତ୍‌ସ୍‌ଙ୍କର ମୃତ୍ୟୁ ଘଟିଛି।

ଅଭିନେତ୍ରୀ ଓକ୍‌ସାନା ଏବଂ ତାଙ୍କ ନାଟ ଦଳଙ୍କର ବିୟୋଗ ଖବରକୁ ସୁନିଶ୍ଚିତ କରି ‘ଦି ୟଙ୍ଗ୍‌ ଥିଏଟର୍‌’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, କିବ୍‌ରେ ଗୋଟାଏ ଆବାସିକ ଅଟ୍ଟାଳିକା ଉପରେ ରକେଟ୍‌ ପଡ଼ିବାରୁ ସୁଯୋଗ୍ୟ ୟୁକ୍ରେନୀୟ ଅଭିନେତ୍ରୀ ଓକ୍‌ସାନା ଶ୍ବେତ୍‌ସ୍‌ଙ୍କର ମୃତ୍ୟୁ ଘଟିଛି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଓକ୍‌ସାନାଙ୍କ ଫଟୋ ପରି‌ଚୟୋକ୍ତିରେ ଉଲ୍ଲେଖ ଅଛି ପ୍ରତିଭାବାନ୍‌ ଅଭିନେତ୍ରୀଙ୍କ ଜାଜ୍ଜ୍ବଲ୍ୟମାନ ସ୍ମୃତି ପ୍ରତି।

Image Courtesy of Deadline

ଆମ ଦେଶକୁ ଆସିଥିବା ଶତ୍ରୁ ପାଇଁ କ୍ଷମା ନାହିଁ।

୧୯୫୫ରେ ଜନ୍ମିତା ଅଭିନେତ୍ରୀ ଓକ୍‌ସାନା କେତେ ଦଶନ୍ଧି ଧରି ଥିଏଟର୍‌ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।  ‘ଦି ହଲିଉଡ୍‌ ରିପୋର୍ଟର୍‌’ ଅନୁ‌ସାରେ, ଓକ୍‌ସାନାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କୁ ୟୁକ୍ରେନ୍‌ର ଅନ୍ୟତମ କଳାତ୍ମକ ସମ୍ମାନ ‘ୟୁକ୍ରେନ୍‌ର ସମ୍ମାନିତ କଳାକାର’ରେ ଭୂଷିତ କରାଯାଇଥିଲା।

‘ଦି ୟଙ୍ଗ୍‌ ଥିଏଟର୍‌’ ବ୍ୟତୀତ ସେ ‘ଟେର୍ଣ୍ଣୋପିଲ୍‌ ମ୍ୟୁଜିକ୍‌ ଆଣ୍ଡ୍‌ ଡ୍ରାମା ଥିଏଟର୍‌’ ଏବଂ ‘କିବ୍‌ ଥି‌ଏଟର୍‌ ଅଫ୍‌ ସାଟାୟାର୍‌’ରେ ମଧ୍ୟ କାମ କରିଥିଲେ।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ତାଙ୍କ ପୂର୍ବରୁ ଆଉ ଜଣେ ଅଭିନେତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେ ହେଉଛନ୍ତି ୩୩ ବର୍ଷିୟ ଅଭିନେତା ପାଶା ଲି’। ୟୁକ୍ରେନ୍‌ ସେନାର ‘ଟେରିଟରିଆଲ୍‌ ଡିଫେନ୍‌ସ୍‌ ଫୋର୍ସ’ରେ ତାଲିକାଭୁକ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର