‘ବିୟର୍‌’ ତିଆରି ଛାଡ଼ି ‘ପେଟ୍ରୋଲ୍‌ ବୋମା’ ତିଆରି କରୁଛି ୟୁକ୍ରେନୀୟ ମଦ କମ୍ପାନି

ଲିଭିଭ୍‌: ଆକ୍ରମଣରତ ରୁଷ୍‌ ସେନାର ମୁକାବିଲା କରିବାରେ ୟୁକ୍ରେନୀୟ ଲଢୁଆମାନଙ୍କୁ ସାହାଯ୍ୟ କରିବା ଲାଗି ୟୁକ୍ରେନ୍‌ରେ ଥିବା ମଦ କମ୍ପାନି ସବୁ ‘ବିୟର୍‌’ ପ୍ରସ୍ତୁତି ଛାଡ଼ି ‘ପେଟ୍ରୋଲ୍‌ ବୋମା’ ପ୍ରସ୍ତୁତି କରୁଛନ୍ତି।

ଗତ ସପ୍ତାହ ପର୍ଯ୍ୟନ୍ତ ୟୁକ୍ରେନ୍‌ର ଲିଭିଭ୍‌ରେ ଥିବା ‘ପ୍ରଭ୍‌ଦା ବ୍ରିୱେରି’ ‘ବିୟର୍‌’ ପ୍ରସ୍ତୁତ କରୁଥିଲା। କିନ୍ତୁ, ଗୁରୁବାର ଠାରୁ ରୁଷ୍‌ ଆକ୍ରମଣ କରିବା ପରେ ‘ପ୍ରଭ୍‌ଦା ବ୍ରିୱେରି’ ‘ବିୟର୍‌’ ତିଆରି ବନ୍ଦ କରି ‘ମୋଲୋଟୋଭ୍‌ କକ୍‌ଟେଲ୍‌’ (ପେଟ୍ରୋଲ୍‌ ବୋମା) ତିଆରି କରୁଛି।

Image Courtesy of India Today

‘ମୋଲୋଟୋଭ୍‌ କକ୍‌ଟେଲ୍‌’ ବା ‘ପେଟ୍ରୋଲ୍‌ ବୋମା’ ହେଉଛି ପେଟ୍ରୋଲ୍‌ ଅଥବା ଆଲ୍‌କ୍‌ହଲ୍‌ ଭଳି ଦହନଶୀଳ ପଦାର୍ଥ ପୂର୍ଣ୍ଣ ସାଧାରଣ କାଚ ବୋତଲଟିଏ। ଏଥିରେ ଅଗ୍ନି ସଂଯୋଗ ପାଇଁ କନାର ବଳିତାଟିଏ ଲାଗିଥାଏ।

Image Courtesy of The Telegraph

‘ପ୍ରଭ୍‌ଦା ବ୍ରିୱେରି’ର ମାଲିକ ୟୁରି ଜନ୍‌ସ୍ତାଭ୍‌ନି କହିଛନ୍ତି, ଏ ଯୁଦ୍ଧରେ ଜିଣିବାରେ ସହଯୋଗ କରିବା ଲାଗି ଆମଦ୍ବାରା ଯାହା ସମ୍ଭବ ତାହା କରିବୁ। କେହି ହେଲେ ପେଟ୍ରୋଲ୍‌ ବମ୍‌ କରିଥାଆନ୍ତେ, ତେଣୁ ଆମେ କଲୁ। ଆମର ସେଭଳି ଦକ୍ଷତା ଅଛି। ଆମର ୨୦୧୪ରେ ହୋଇଥିବା ‘ଷ୍ଟ୍ରିଟ୍‌ ରିଭୋଲ୍ୟୁସନ୍‌’ର ଅଭିଜ୍ଞତା ଅଛି। ସେତେବେଳେ ଆମେ ‘ମୋଲୋଟୋଭ୍‌ କକ୍‌ଟେଲ୍‌’ ତିଆରି କରି ବ୍ୟବହାର କରିଥିଲୁ। ୨୦୧୪ରେ ହୋଇଥିବା କିଏଭ୍‌ର ପାଶ୍ଚାତ୍ୟ ରାଷ୍ଟ୍ର ସମର୍ଥନ ବିପ୍ଳବ (ଷ୍ଟ୍ରିଟ୍‌ ରିଭୋଲ୍ୟୁସନ୍‌) କ୍ରେମ୍‌ଲିନ୍‌ ସମର୍ଥିତ ଶାସନର ଅବଶାସ ଘଟାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରେ ସଙ୍ଗଠିତ ଉକ୍ତ ବିପ୍ଳବରେ ଭାଗ ନେଇଥିବା ଜଣେ କର୍ମଚାରୀଙ୍କଠାରୁ ‘ମୋଲୋଟୋଭ୍‌ କକ୍‌ଟେଲ୍‌’ ତିଆରି ବୁଦ୍ଧି ମିଳିଥିଲା।

ସମ୍ବନ୍ଧିତ ଖବର