କିବ୍ : ୟୁକ୍ରେନ ଉପରେ ରୁଷର ବିମାନ ଓ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି । ୟୁକ୍ରେନବାସୀ ନିଜର ସାଧ୍ୟମତେ ଏହାର ଦୃଢ ମୁକାବିଲା କରୁଛନ୍ତି । ଶନିବାର ରୁଷର ଏକ ଲଢୁଆ ବିମାନକୁ ୟୁକ୍ରେନ ସେନା ପକ୍ଷରୁ ଖସାଇଦିଆଯାଇଛି । ବିମାନରେ ଥିବା ଜଣେ ପାଇଲଟ୍ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ ପାଇଲଟଙ୍କୁ ବନ୍ଦୀ କରାଯାଇଛି ।
ୟୁକ୍ରେନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଘଟଣା ସଂପର୍କରେ ଟୁଇଟ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଚେର୍ନିହିବ ଉପରେ ଉଡ଼ୁଥିବା ରୁଷର ଏକ ସୁଖୋଇ-୩୪ ଲଢୁଆ ବିମାନକୁ ୟୁକ୍ରେନର ସେନା ପକ୍ଷରୁ ଗୁଳିକରି ଖସାଇଦିଆଯାଇଛି । ଏଥିରେ ଜଣେ ପାଇଲଟ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣକୁ ବନ୍ଦୀ କରାଯାଇଛି । ମୃତ ପାଇଲଟଙ୍କ ନାମ ମେଜର କ୍ରିଭୋଲାପୋଭ ବୋଲି ଜଣାପଡ଼ିଛି ।
/sambad/media/post_attachments/wp-content/uploads/2022/03/FNFJV1uXoAEhKG--461x1024.jpg)
ଆଜି ଚେର୍ନୋହିଭ୍ ଅଞ୍ଚଳରେ ରୁଷ ପକ୍ଷରୁ ପ୍ରବଳ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଉକ୍ତ ଅଂଚଳରେ ପ୍ରବଳ କ୍ଷୟ କ୍ଷତି ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ସଂପର୍କରେ କୌଣସି ତଥ୍ୟ ମିଳିନଥିଲେ ବି ଏପର୍ୟ୍ୟନ୍ତ ୨୨ଟି ମୃତ ଦେହ ଉଦ୍ଧାର କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/WhatsApp-Image-2022-03-05-at-17.54.18.jpeg)