ରୁଷୀୟ ସୈନିକମାନଙ୍କ ଦୁଷ୍କର୍ମରୁ ବର୍ତ୍ତିବା ପାଇଁ କେଶ କାଟି ପକାଉଛନ୍ତି ୟୁକ୍ରେନୀୟ ତରୁଣୀ

ଇଭାନ୍‌କିଭ୍‌: କମ୍‌ ଆକର୍ଷଣୀୟ ଦିଶିବାକୁ ଏବଂ ରୁଷୀୟ ସୈନିକମାନଙ୍କ ଦୁଷ୍କର୍ମରୁ ବର୍ତ୍ତିବା ନିମନ୍ତେ ରାଜଧାନୀ କିବ୍‌ରୁ ପ୍ରାୟ ୫୦ ମାଇଲ୍‌ ଦୂରବର୍ତ୍ତୀ ୟୁକ୍ରେନୀୟ ନଗରୀ ଇଭାନ୍‌କିଭ୍‌ରେ ତରୁଣୀ ଝିଅମାନେ ନିଜ ନିଜର କେଶକୁ ଛୋଟ ଛୋଟ କରି କାଟି ପକାଉଛନ୍ତି ବୋଲି ଡେପୁଟି ମେୟର୍‌ ମାରିନା ବେସ୍‌ଚାତ୍‌ନା କହିଛନ୍ତି।

ରୁଷୀୟ ସେନାଙ୍କ ଦଖଲରେ ପ୍ରାୟ ମାସେ କାଳ ରହିବା ପରେ ମାର୍ଚ ୩୦ ତାରିଖ ଦିନ ଇଭାନ୍‌କିଭ୍‌ ନଗରୀ ମୁକ୍ତ ହୋଇଥିଲା। ଇଭାନ୍‌କିଭ୍‌ ନଗରୀ ରୁଷ୍‌ ସେନା ନିୟନ୍ତ୍ରଣରେ ଥିବା ବେଳେ ସୈନିକମାନଙ୍କ ଦୁଷ୍କର୍ମର ଶିକାର ହେବା ପାଇଁ ସେଠାକାର ବାସଭବନର ‘ବେସ୍‌ମେଣ୍ଟ୍‌’ରୁ ନାରୀମାନଙ୍କ କେଶ ଆକର୍ଷଣ କରି ବାହାରକୁ ଅଣାଯାଉଥିଲା ବୋଲି ଡେପୁଟି ମେୟର୍‌ କହିଛନ୍ତି।

Image Courtesy of Business Insider

ସେହି କାରଣରୁ କମ୍‌ ଆକର୍ଷଣୀୟ ଦିଶିବା ପାଇଁ ତରୁଣୀମାନେ ସେମାନଙ୍କ କେଶ ଛୋଟକରି କାଟି ପକାଉଛନ୍ତି। ଫଳରେ କେହି ଆଉ ତାଙ୍କ ଆଡ଼କୁ ଚାହିଁବେ ନାହିଁ ବୋଲି ସେ କହିଛନ୍ତି।

‘ଆଇଟିଭି ନିଉଜ୍‌’ ସହିତ ଆଳାପ କରିବା ବେଳେ ସେ ନିକଟବର୍ତ୍ତୀ ଗାଁରେ ଦୁଷ୍କର୍ମର ସରବ୍ୟ ହୋଇଥିବା ୧୫ ଓ ୧୬ ବର୍ଷୀୟ ୨ ଭଉଣୀଙ୍କ କଥା କହିଥିଲେ।

ଦୁଷ୍କର୍ମ ରିପୋର୍ଟ କେବଳ ୟୁକ୍ରେନ୍‌ର ଇଭାନ୍‌କିଭ୍‌ରୁ ଆସୁନାହିଁ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆସୁଛି। ଜଣେ ୟୁକ୍ରେନୀୟ ମହିଳା କହିଛନ୍ତି, ରୁଷୀୟ ସୈନିକମାନେ ତାଙ୍କ ସ୍ବାମୀଙ୍କୁ ଗୁଳି ମାରି ହତ୍ୟା କରିବାର ପର ମୁହୂର୍ତ୍ତରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏବଂ ଘରର ପାଖ କୋଠରିରେ ଛାନିଆ ହୋଇ କାନ୍ଦୁଥିଲା ତାଙ୍କ ୪ ବର୍ଷିୟ ପୁଅ।

ଏହା ବ୍ୟତିରେକେ, ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କା ଅଭିଯୋଗ କରିଥିଲେ ଯେ, ରୁଷ୍‌ ସୈନିକମାନେ ୧୦ ବର୍ଷୀୟ ଝିଅମାନଙ୍କ ସହିତ ଦୁଷ୍କର୍ମ କରିଛନ୍ତି ଓ ମହିଳାମାନଙ୍କ ଶବରେ ଧାତବ ଚେଙ୍କ ଦେଇଛନ୍ତି।

ସମ୍ବନ୍ଧିତ ଖବର