ରୁଷ୍‌ ଆକ୍ରମଣ ଯୋଜନାର ପ୍ରମାଣ ମାଗିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ଆକ୍ରମଣ ପାଇଁ ବାହାନା କରିପାରେ ରୁ‌ଷ୍‌: ଆମେରିକା

ନୂଆଦିଲ୍ଲୀ : ରୁଷ୍‌ ଯେକୌଣସି ସମୟରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଦେଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇବାପରେ ଏହାକୁ ନେଇ ଭୟ ଓ ଆତଙ୍କ ବଢ଼ିଛି। ଆତଙ୍କ ମଧ୍ୟରେ ବିଭିନ୍ନ ରାଷ୍ଟ୍ର ୟୁ‌କ୍ରେନ୍‌ରୁ ନିଜ ନିଜ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି ଏହି ଆକ୍ରମଣ ଜନିତ ଆତଙ୍କକୁ ସମାଲୋଚନା କରିଛନ୍ତି।

ରବିବାର ଦିନ ରୁଷ୍‌ ସୈନିକ ୟୁକ୍ରେନ୍‌ର ନିକଟବର୍ତ୍ତୀ ହୋଇଛନ୍ତି ବୋଲି ଆମେରିକା ଚେତାବନୀ ଦେଇଥିଲା। କିନ୍ତୁ ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି, ରୁଷ୍‌ ଆକ୍ରମଣ ନେଇ ଏଯାଏଁ କୌଣସି ସ୍ପଷ୍ଟ ପ୍ରମା‌ଣ ମିଳିନି। ଅଯଥା ଆତଙ୍କିତ ନହୋଇ ଶାନ୍ତିରକ୍ଷା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ଆମେରିକା କହିଛି, ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପାଇଁ ରୁଷ୍‌ ଏକ ଆଶ୍ଚର୍ଯ୍ୟଜନକ ବାହାନା ଦେଖାଇପାରେ। ତେବେ ଆଜି ଜର୍ମାନୀ ଚାନସେଲର ଓଲାଫ୍‌ ସ୍କୋଲ୍‌ ୟୁକ୍ରେନରେ ପହଞ୍ଚି ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର