ରମ୍‌ଜାନ୍‌ ପାଳନ‌ ବେଳେ ଘରେ ରହି ପ୍ରାଥର୍ନା କରିବାକୁ ଉଲେମା ଓ ମୁଫ୍‌ତିମାନଙ୍କ ନିବେଦନ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଦୀର୍ଘ ଏକ ମାସର ରମ୍‌ଜାନ୍‌ ସମୟରେ ଘରେ ରହି ପ୍ରାର୍ଥନା କରିବାକୁ ଉଲେମାନ ଓ ମୁଫ୍‌ତିମାନେ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ ନିମନ୍ତେ ସରକାର ଘୋଷଣା କରିଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟ ସୀମା ମଧ୍ୟରେ ଏ ବର୍ଷ ରମ୍‌ଜାନ୍ ମାସ ଆରମ୍ଭ ହେଉଛି।

ଏକ ପ୍ରେସ୍ ବିଜ୍ଞପ୍ତିରେ ଉଲେମା ଓ ମୁଫ୍‌ତିମାନେ ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ସରକାରଙ୍କ ନିର୍ଦେଶ ମତେ ସେମାନେ ଲକ୍‌ଡାଉନ୍‌ ନିୟମ ମାନନ୍ତୁ। ସ୍ବାସ୍ଥ୍ୟ ଓ ଡାକ୍ତରୀ ବିଶେଷଜ୍ଞମାନଙ୍କ ଉପଦେଶ ମାନି ପ୍ରତିରକ୍ଷାତ୍ମକ ପଦକ୍ଷେପ ଅନୁସରଣ କରନ୍ତୁ। ବିଶେଷକରି ଗୁରତ୍ବରର ସହ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ।

ସମସ୍ତେ ଘରେ ଇଫ୍‌ତାର୍‌ରେ ଅଂଶ ଗ୍ରହଣ କରନ୍ତୁ। ଇଫ୍‌ତାର୍‌ ପାର୍ଟି ଆୟୋଜନ କରନ୍ତୁ ନାହିଁ। ଏହା ଦ୍ବାରା ସଂଚୟ କରାଯାଇ ପାରୁଥିବା ଅର୍ଥରାଶିକୁ ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଦାନ କରନ୍ତୁ।

 

ସମ୍ବନ୍ଧିତ ଖବର