ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାମ ଭାରତୀ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁସ୍ତକ ଲେଖିବେ | ଶୁକ୍ରବାର ଦିନ ଉମା ଭାରତୀ ଏ ବାବଦରେ ସୂଚନା ଦେଇଛନ୍ତି | କିଛି ଦିନ ତଳେ ଉମା ଭାରତୀ ପଡିଯାଇଥିଲେ, ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା | ଡାକ୍ତର ତାଙ୍କୁ ଦେଢ଼ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି |

Advertisment

publive-image

ଏହି ବିଶ୍ରାମ ସମୟରେ ଉମା ଭାରତୀ ମୋଦୀଙ୍କ ସହ ତାଙ୍କ ଅନୁଭୂତିକୁ ଲେଖିବାକୁ ମନସ୍ଥ କରିଛନ୍ତି | ଯାହାକି ପୁସ୍ତକ ଭାବେ ପ୍ରକାଶିତ ହେବ | ଉମା ଟ୍ୱିଟରରେ ଲେଖିଛନ୍ତି ଯେ ସେ ୪ ବର୍ଷ ତଳେ କହିଥିଲେ ଯେ ମୋଦୀଙ୍କ ଉପରେ ପୁସ୍ତକ ଲେଖିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ନିଜର ଗୁରୁ, ବଡ ଭାଇ ମାନନ୍ତି |

ମୋଦୀଙ୍କୁ ସେ ୧୯୭୩ ମସିହାରୁ ଜାଣନ୍ତି, ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା | ମୋଦୀଙ୍କୁ ଭଗବାନ ଯେଉଁ ଶକ୍ତି ଦେଇଛନ୍ତି ସେହି ଶକ୍ତିକୁ ନିଜ ଶରୀର, ମନ ଓ ସାଧନା ଦ୍ୱାରା ପ୍ରସ୍ତୁତ କରିଛନ୍ତି | ଏଠାରେ ସୂଚନା ଥାଉ କି ନଭେମ୍ବର ୧୭ ତାରିଖରେ ଋଷିକେଶରେ ଉମା ଭାରତୀଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା |