ସମୁଦ୍ରରେ ବୁଡ଼ି ଯାଉଥିବା ବ୍ୟକ୍ତିଙ୍କ ଏପରି ଜୀବନ ବଞ୍ଚାଇଲେ ଦୁଇ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ବାରମ୍ବାର ଲୋକମାନଙ୍କୁ ସଚେତନ କରିବା ସହିତ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତି ବୋଲି ବାର୍ତ୍ତା ସରକାର ଦେଇ ଆସୁଛନ୍ତି। ଏହି କ୍ରମରେ ପୁଲିସକର୍ମଚାରୀ ବି ସେମାନଙ୍କ ଡ୍ୟୁଟି ଜାରି ରଖିଛନ୍ତି। କରୋନା ଯୁଦ୍ଧରେ ସାମିଲ ହୋଇଥିବା ୨୫୦୦ରୁ ଅଧିକ ଯବାନ କରୋନା ସଂକ୍ରମିତ ହୋଇଥିବା ବି ଜଣାପଡ଼ିଛି। ଏହି କ୍ରମରେ ସୋସିଆଲ ମିଡିଆରେ ମହାରାଷ୍ଟ୍ରର ଦୁଇ ପୁଲିସ କର୍ମଚାରୀଙ୍କ ଏକ କାମ ଏବେ ଚର୍ଚ୍ଚାରେ ରହିଛି। ଦୁଇଜଣ ପୁଲିସକର୍ମଚାରୀ ନିଜ ଜୀବନ ସହିତ ଖେଳି ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି।

ଏହି ଘଟଣାର ଭିଡିଓ ମହାରାଷ୍ଟ୍ର ପୁଲିସ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଯାବତ ଏହି ଭିଡିଓକୁ ୬୪ହଜାର ଲୋକ ଦେଖି ସାରିଥିବା ବେଳେ ୪ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ସମୁଦ୍ରରେ ବୁଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମୁମ୍ବାଇ ପୁଲିସର ଦୁଇଜଣ କର୍ମଚାରୀ ଦେବଦୂତ ସାଜି ସେଠାରେ ପହଞ୍ଚୁଛନ୍ତି।

 

ପ୍ରଥମେ ଦୁଇ ପୁଲିସ କର୍ମଚାରୀ କୂଳରେ ରହି ବୁଡ଼ି ଯାଉଥିବା ବ୍ୟକ୍ତିଙ୍କ ପାଖକୁ ରଶି ଫିଙ୍ଗିଥିଲେ। ଏହି ରଶି ସାହାଯ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଦୁହେଁ କୂଳକୁ ଟାଣି ଟାଣି ଆଣିଥିଲେ। ଏହି ସମୟରେ କେତେକ ସ୍ଥାନୀୟଲୋକ ବି ଦୁଇଜଣ ପୁଲିସକର୍ମଚାରୀଙ୍କୁ ସାହାଯ୍ୟ କରିଥିଲେ।

कोरोना के साथ तूफान का भी प्रभाव

ମହାରାଷ୍ଟ୍ର ପୁଲିସଙ୍କ କହିବାନୁସାରେ, ସମୁଦ୍ର କୂଳରେ ନିର୍ମିତ ରାସ୍ତାରେ ଯାଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ସମୁଦ୍ରକୁ ଖସି ପଡ଼ିିଥିଲେ। ସ୍ଥାନୀୟଲୋକମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ଏହାପରେ ପୁଲିସ କନେଷ୍ଟବଳ ଟି.ମାଣେ ଓ ଏସ୍‌ ସିଗବାଣ ସେଠାରେ ପହଞ୍ଚି ନିଜ ସାହାସିକତାର ପରିଚୟ ଦେଇଥିଲେ। ଏବଂ ସଂପୃକ୍ତ ବ୍ୟକ୍ତିଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର