ଜାତିସଂଘ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ପୁନଃଯୋଗଦାନ ନିମନ୍ତେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ୱାଗତ ଜଣାଇଛନ୍ତି। କୋଭିଡ୍-୧୯ ମହାମାରୀ ବିରୋଧରେ ସଂଗ୍ରାମ ଚଳାଇବା ନିମନ୍ତେ ଆମେରିକାର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
କରୋନାଭାଇରସ୍ ସଂକ୍ରମଣ ବିସ୍ତାର ଘଟଣା ରୋକିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବ୍ୟର୍ଥ ହୋଇଥିବା ଏବଂ ଚୀନ୍କୁ ସମର୍ଥନ କରୁଥିବା ଦର୍ଶାଇ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ଆମେରିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ଓହରାଇ ଆଣିଥିଲେ।
Image Courtesy of The Indian Expressବୈଶ୍ୱିକ ଟିକା ଉପକ୍ରମରେ ଓ୍ଵାସିଂଟନ୍ର ଯୋଗ ଦେବାରୁ ସବୁ ଦେଶ ଟିକା ପାଇଁ ସୁବିଧା ପାଇବେ। ବୁଧବାର ଦିନ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, କୋଭିଡ୍-୧୯ ମୁକାବିଲା କରିବାରେ ବିଶ୍ୱ ଚଳାଇଥିବା ଉଦ୍ୟମ ସୁ-ସମନ୍ଵିତ କରାଇବାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ସହଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଗଟେରେସ୍ କହିଛନ୍ତି, ଭୂତାଣୁ ସଂକ୍ରମଣ ଏବଂ ତାହା ଯୋଗୁଁ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ପରିସ୍ଥିତିକୁ ରୋକିବା ନିମନ୍ତେ ଏକଜୁଟ ହୋଇ କାମ କରିବା ଏବେ ବିଶ୍ୱ ସମୁଦାୟର ଦାୟିତ୍ୱ।
କରୋନାଭାଇରସ୍ ସଂକ୍ରମଣ ରୋକିବା ପରିଚାଳନାରେ ବିଫଳ ହୋଇଥିବା ଦର୍ଶାଇ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଅନୁଦାନ ଦେବା ବନ୍ଦ କରି ଦେଇଥିଲେ। ଆମେରିକା ବର୍ଷକୁ ପ୍ରାୟ ୪୫୦ ନିୟୁତ ଡଲାର୍ ଅର୍ଥ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଦେଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/who.jpg)