ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷର ଅବସାନ ପାଇଁ ରବିବାର ବସୁଛି ନିରାପତ୍ତା ପରିଷଦର ଜରୁରୀ ବୈଠକ

ନ୍ୟୁୟର୍କ :  ମଧ୍ୟପ୍ରାଚ୍ୟରେ  ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବାବେଳେ ଆସନ୍ତା କାଲି ଅର୍ଥାତ ରବିବାର ଦିନ ଏ ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ବସିବାକୁ ଯ଼ାଉଛି । ଏହି ବୈଠକର ଦିନକ ପୂର୍ବରୁ ଆଜି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯ଼େ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ପ୍ରସଙ୍ଗରେ ନିରାପତ୍ତା ପରିଷଦରେ ସହମତି ସୃଷ୍ଟି ହେଉ ।

ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯ଼େ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯ଼ୁଦ୍ଧ ବିରତି ଲାଗି ନିରାପତ୍ତା ପରିଷଦର ସବୁ ସଦସ୍ୟରାଷ୍ଟ୍ର ଏକାଠି ହୁଅନ୍ତୁ । ଯ଼ୁଦ୍ଧ ବଦଳରେ ଏହି ବିବାଦର ରାଜନୈତିକ ସମାଧାନ ପାଇଁ ନିରାପତ୍ତା ପରିଷଦ ଉଦ୍ୟମ କରୁ । ସେ କହିଛନ୍ତି ଯ଼େ ସବୁ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହେଲେ ନିରାପତ୍ତା ପରିଷଦ ସୁଦୃଢ ହେବ । ପୂର୍ବରୁ ଗତ ଶୁକ୍ରବାରଦିନ ଏହି ଜରୁରୀ ବୈଠକ ପାଇଁ ଦିନ ଧାର୍ୟ଼୍ୟ କରାଯ଼ାଇଥିଲେ ମଧ୍ୟ ଆମେରିକାର ବିରୋଧ ଯ଼ୋଗୁଁ ତାହାକୁ ରବିବାରକୁ ଘୁଞ୍ଚାଇ ଦିଆଯ଼ାଇଥିଲା ।

ସୂଚନାଯ଼ୋଗ୍ୟ ଯ଼େ କଠୋରପନ୍ଥୀ ସଂଗଠନ ହମାସ କବଜାରେ ଥିବା ଗାଜା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି । ଅନ୍ୟପଟେ ଇସ୍ରାଏଲ ଉପରେ ମଧ୍ୟ ହମାସର ରକେଟ ଆକ୍ରମଣ ଜାରି ରହିଛି ।

ସମ୍ବନ୍ଧିତ ଖବର