ଭାରତର ନାଗରିକତା ସଂଶୋଧନ ଆଇନ ଉପରେ ଜାତିସଂଘର ନଜର

ନୂଆଦିଲ୍ଲୀ : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ଏହା ସହିତ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ତେବେ ଏହି ଆଇନ ପ୍ରତିବାଦରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି । ସବୁଠାରୁ ଅଧିକ ହିଂସା ଆସାମରେ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏହି ଆଇନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ପ୍ରତିକ୍ରିୟା ଦିଆଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି  ଯେ ଏହି ଆଇନ ଭାରତର ସଂସଦରେ ଗୃହୀତ ହେବା ଜାତିସଂଘ ନଜରକୁ ଆସିଛି । ଏହି ଆଇନକୁ ନେଇ ଦେଖାଦେଇଥିବା ଚିନ୍ତା ସଂପର୍କରେ ମଧ୍ୟ ଜାତିସଂଘ ଅବଗତ ଅଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତେବେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ସ୍ପଷ୍ଟ କରିଦେଇଛନ୍ତି ଯେ ମହାସଚିବ ଏହି ଆଇନ ସଂପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ । କିନ୍ତୁ ସବୁ ଆଇନ ନିରପେକ୍ଷ ହେଉ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର