ଅଶାନ୍ତ ଜେରୁଜେଲମ୍‌:ଟ୍ୟାଙ୍କ୍‌ ଓ ବିମାନ ଅକ୍ରମଣରେ ୩ମୃତ

ଜେରୁଜେଲମ୍‌: ଜେରୁଜେଲମ୍‌କୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ପ୍ରବଳ ଉତ୍ତେଜନା ଓ ସଂଘର୍ଷ ଲାଗି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁଜେଲମକୁ ରାଜଧାନୀ ମାନ୍ୟତା ଦେବାପରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି । ସୋମବାର ଜେରୁଜେଲମ୍‌ର ଜଣେ ସୁରକ୍ଷାକର୍ମୀଙ୍କୁ ପାଲେଷ୍ଟାଇନ୍‌ ନାଗରିକ ବିରୋଧ କରିବା ସହ ବସ୍‌ରେ ଛୁରି ଭୁସି ହତ୍ୟା କରିବା ପରେ ଅଶାନ୍ତିର ନିଆଁ ବ୍ୟାପି ଚାଲିଛି। ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଅଧିବାସୀ ପରସ୍ପରକୁ ଦେଖିଲା ମାତ୍ରେ ହିଁ ଆକ୍ରମଣ କରୁଛନ୍ତି।

ସୋମବାର ରାତିରେ ପାଲେଷ୍ଟାଇନ୍‌ର ଗାଜା ଉତ୍‌କ୍ଷେପଣ ଘାଟିରୁ ଦୁଇଟି କ୍ଷେପଣାସ୍ତ୍ର ଇସ୍ରାଏଲ ଉପରକୁ ମାଡ଼ କରାଯାଇଥିଲା। ଗୋଟିଏ ଲକ୍ଷ୍ୟଭେଦ କରିନପାରି ସମୁଦ୍ରରେ ପଡ଼ିଥିବା ବେଳେ ଅନ୍ୟଟି ଜେରୁଜେଲମ୍‌ରେ ପଡ଼ିବା ପୂର୍ବରୁ ତାକୁ ଇସ୍ରାଏଲର ଆଇରନ ଡୋମ୍‌ ମିଶାଇଲ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରିଦିଆଯାଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ସେନା ପାଲେଷ୍ଟାଇନ୍‌ର ବିମାନ ଘାଟି ଓ ବାୟୁସେନା ଉପରେ ଟ୍ୟଙ୍କ୍‌ ଓ ବିମାନ ଆକ୍ରମଣ କରିଛି ।ଏଥିରେ ଅନ୍ୟୁନ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଜନବସତି ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜେରୁଜେଲମ୍‌ ବିବାଦ ନେଇ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଅବ୍ଦାସ୍‌ ଶାନ୍ତି ଆଲୋଚନା କରିବାକୁ ଚାହୁଁନଥିବା ଆମେରିକା ଅଭିଯୋଗ କରିଛି ।

ସମ୍ବନ୍ଧିତ ଖବର