ନ୍ୟୁୟର୍କ: ଇସ୍ରାଏଲ ଓ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ବିବାଦ ଲାଗି ରହିଛି। ସେପଟେ ଇସ୍ରାଏଲ ସିରିଆର ଗୋଲାନ ପାହାଡରୁ ଓହରିବାକୁ ମନା କରିବା ପରେ ଏ ନେଇ ଗଭୀର ଉଦବେଗ ପ୍ରକାଶ କରି ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଭାରତ ସମେତ ୯୧ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ତେବେ ଆମେରିକା ସେମେତ ୮ଟି ଦେଶ ଏହାର ବିରୋଧରେ ଭୋଟ ଦେଇଥିଲେ । ସିରିଆର ଗୋଲାନ ପାହାଡ ହେଉଛି ଦକ୍ଷିଣ-ପଶ୍ଚିମ ସିରିଆର ଏକ ଅଞ୍ଚଳ ଯାହାକୁ ୧୯୬୭ ରେ ହୋଇଥିବା ଯୁଦ୍ଧ ପରେ ଇସ୍ରାଏଲ ସେନା କବଜା କରିନେଇଥିଲା ।
ପ୍ରସ୍ତାବକୁ କେଉଁ ଦେଶ ସମର୍ଥନ କରିଥିଲେ ?
ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, ଚୀନ, ମାଲେସିଆ, ମାଳଦ୍ୱୀପ, ନେପାଳ, ରୁଷିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ଏହି ସଂକଳ୍ପ ସପକ୍ଷରେ ଭୋଟ୍ ଦେଇଥିଲେ। ଅଷ୍ଟ୍ରେଲିଆ, କାନାଡା, ଇସ୍ରାଏଲ, ବ୍ରିଟେନ ଓ ଆମେରିକା ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ।
କେଉଁ ଦେଶ ବିରୋଧ କରିଥିଲେ ?
୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ 'ସିରିଆନ୍ ଗୋଲାନ୍' ଶୀର୍ଷକ ପ୍ରସ୍ତାବ ଉପରେ 'ମଧ୍ୟପ୍ରାଚ୍ୟର ପରିସ୍ଥିତି' ଶୀର୍ଷକ ଏଜେଣ୍ଡା ଅଧୀନରେ ମଙ୍ଗଳବାର ଭୋଟ୍ ଗ୍ରହଣ କରାଯାଇଥିଲା। ଇଜିପ୍ଟ ଏହି ସଂକଳ୍ପ ସପକ୍ଷରେ ୯୧, ବିପକ୍ଷରେ ୮ ଭୋଟ ପାଇଥିବା ବେଳେ ୬୨ଟି ଭୋଟ ଦେଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/WhatsApp-Image-2023-11-29-at-20.14.50.jpeg)