ପୁଲୱାମା ଆକ୍ରମଣକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ନିରାପତ୍ତା ପରିଷଦ ନିନ୍ଦା କରିଛି। ଆଜି ଏସଂପର୍କରେ ପରିଷଦ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦର ନାମ ମଧ୍ୟ ନିଆଯାଇଛି। ଏହି ବିବୃତିକୁ ଅଟକାଇବା ଲାଗି ଚୀନ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲା। କିନ୍ତୁ ଏହା କାମ ଦେଇନଥିଲା। ପରିଷଦ ପକ୍ଷରୁ ଜାରି ଏହି ବିବୃତିରେ କୁହାଯାଉଛି ଯେ ଜମ୍ମୁ-କଶ୍ମୀରର ପୁଲୱାମାରେ ଫେବୃଆରି‌ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ କଠୋର ଭାଷାରେ ନିନ୍ଦା କରୁଛି। ଏଥିରେ ୪୪ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଜୈସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବୋଲି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର