ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ସାଂପ୍ରତିକ ସ୍ଥିତି ଉପରେ ଆଜି (ମଙ୍ଗଳବାର) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ମିଳିତ ଜାତିସଂଘ (ୟୁଏନ୍‌)। ଯଥାଶୀଘ୍ର ଜମ୍ମୁ- କଶ୍ମୀରର ସ୍ଥିତିକୁ ସ୍ବାଭାବିକ କରିବା ସହ ସେଠାରେ ମାନବିକ ଅଧିକାରର ପୁନଃ ପ୍ରତିଷ୍ଠା କରିବାକୁ ଭାରତ ସରକାରଙ୍କୁ କହିଛନ୍ତି ମିଳିତ ଜାତିସଂଘ।

Advertisment

ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବା ପରଠାରୁ ଆଜିକୁ ଦୀର୍ଘ ୮୬ ଦିନ ଧରି ସେଠାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଖାଲି ଏତିକି ନୁହେଁ, ଏହି ସମୟ ମଧ୍ୟରେ ଉପତ୍ୟକାବାସୀଙ୍କ ବହୁବିଧ ମାନବିକ ଅଧିକାରରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ଏବେ ସୁଦ୍ଧା ଉପତ୍ୟକା ଅଞ୍ଚଳର ଦୋକାନ ବଜାର ଖୋଲିପାରି ନାହିଁ କି ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଆସିପାରି ନାହିଁ। ଏବେ ମଧ୍ୟ ଦଙ୍ଗାର ଛାପ ଦେଖିବାକୁ ମିଳୁଛି ସଡ଼କ ଉପରେ। ଏବେବି ଉପତ୍ୟକାର ଅନେକ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ବଳବତ୍ତର ରହିଛି। ମାନବିକ ଅଧିକାର ସହିତ ଜଡ଼ିତ ଅନେକ ସୁବିଧା ସୁଯୋଗ ଏବେ ସୁଦ୍ଧା ଉପତ୍ୟକା ବାସୀଙ୍କୁ ଉପଲବ୍ଧ ହୋଇପାରି ନାହିଁ।

publive-image News India

‘ଏପରିସ୍ଥିତିରେ ଆମେ ଆମର ଗଭୀର ଉଦବେଗ ପ୍ରକାଶ କରିବା ସହ ଯଥାଶୀଘ୍ର ଜମ୍ମୁ- କଶ୍ମୀରର ସ୍ଥିତିକୁ ସ୍ବାଭାବିକ କରିବା ସହ ସେଠାରେ ମାନବିକ ଅଧିକାରର ପୁନଃ ପ୍ରତିଷ୍ଠା କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ’, ବୋଲି କହିଛନ୍ତି ମିଳିତ ଜାତିସଂଘର ମାନବିକ ଅଧିକାର ହାଇକମିଶନରଙ୍କ ପ୍ରବକ୍ତା ରୁପର୍ଟ କୋଲଭିଲି।