ଲକଡାଉନକୁ ଦୋଷ ଦେଇ ଆତ୍ମହତ୍ୟା କଲେ ୫୦ବର୍ଷୀୟ ବ୍ୟକ୍ତି

ଲଖନଉ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ ସାର ଦେଶକୁ ଲକଡାଉନ କରି ରଖିଛନ୍ତି | ବର୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଥିବା ବେଳେ ଅନେକ କାମ ଉପରେ ପ୍ରତିବନ୍ଧକ ଲଗାଯାଇଛି | ଲକଡାଉନ ପାଇଁ ଦେଶରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅନେକଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି| କାମ ନଥିବାରୁ ଘର ଚଳାଇବା ମଧ୍ୟ କଷ୍ଟ ହୋଇପଡିଛି | ତେବେ ପୂର୍ବ ଉତ୍ତରପ୍ରଦେଶରେ ଜଣେ ୫୦ବର୍ଷ ବୟସ୍କ ବ୍ୟକ୍ତି ଶୁକ୍ରବାର ଦିନ ଲକଡାଉନ ପାଇଁ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଛି | ଲକଡାଉନ ପାଇଁ କାମ ବନ୍ଦ ଥିବାରୁ ନିଜ ଘର ଲୋକଙ୍କର ଠିକ ଭାବରେ ଯତ୍ନ ନେଇ ପାରୁନଥିବାରୁ ୫୦ବର୍ଷୀୟ ବ୍ୟକ୍ତି ଏଭଳି ପଦକ୍ଷପ ନେଇଛନ୍ତି | ମୃତ ବ୍ୟକ୍ତିଜଣଙ୍କ ଭାନୁ ପ୍ରକାଶ ଗୁପ୍ତା ବୋଲି ଚିହ୍ନଟ କରାଯାଇଛି |

ଭାନୁ ପ୍ରକାଶ ଗୁପ୍ତାଙ୍କ ମୃତଦେହ ଲଖୀମପୁର ଖେରୀ ଜିଲ୍ଲାର ଏକ ରେଳ ଟ୍ରାକରେ ମିଳିଥିବା ସହ ତାଙ୍କ ନିକଟରୁ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି। ଭାନୁ ନିକଟସ୍ଥ ଶାହାଜାହାନପୁର ଜିଲ୍ଲାର ଏକ ହୋଟେଲରେ କାମ କରୁଥିଲେ। ଲକଡାଉନ ପରେ ହୋଟେଲ ବନ୍ଦ ହୋଇଯିବାରୁ ଭାନୁଙ୍କ ପାଖରେ ଟଙ୍କା ରୋଜଗାର କରିବାର ଅନ୍ୟ ପନ୍ଥା ନଥିଲା | ସଞ୍ଚୟ କରିଥିବା ଟଙ୍କା ସରିଯିବା ପରେ ସେ ଘର ଲୋକଙ୍କ ଯତ୍ନ ଠିକ ଭାବରେ ନେଇ ପାରୁନଥିଲେ |

Maharashtra: Committee to analyse each death | Cities News,The ...
The Indian Express

ମିଳିଥିବା ଆତ୍ମହତ୍ୟା ନୋଟରେ ଭାନୁ ଲେଖିଛନ୍ତି ଯେ, ଆମ ଘରେ କେବଳ ଗହମ ଏବଂ ଚାଉଳ ଥିଲା | ଏ ନେଇ ମୁଁ ସରକାରୀ ରାସନ ଦୋକାନକୁ ଧନ୍ୟବାଦ ଦେବି | କିନ୍ତୁ ଘର ଚଳାଇବା ପାଇଁ ଏହା ଯଥେଷ୍ଟ ନଥିଲା | ଚିନି, ଲୁଣ ଏବଂ କ୍ଷୀର ପରି ଅନ୍ୟାନ୍ୟ ଜରୁରୀ ଜିନିଷ କିଣିବା ପାଇଁ ମୋ ପାଖରେ ଟଙ୍କା ନଥିଲା। ଏମିତିକି ମୋ ବୃଦ୍ଧ ମା’ ବହୁତ ଅସୁସ୍ଥ ହୋଇପଡିଥିଲେ ମଧ୍ୟ ତାଙ୍କ ଚିକିତ୍ସା କରିବାରେ ମୁଁ ଅସମର୍ଥ ହୋଇପଡ଼ିଥିଲି | ଜିଲ୍ଲା ପ୍ରଶାସନ ମଧ୍ୟ ମୋତେ ସାହାଯ୍ୟ କରିନଥିଲେ। ଏବେ ମୁଁ ନିଜକୁ ଅସହାୟ ମନେ କରୁଛି | ଆଜି ମୋର ଏଭଳି ପଦକ୍ଷପ ପାଇଁ ଲକଡାଉନ ହିଁ ଦାୟୀ |

ସମ୍ବନ୍ଧିତ ଖବର