ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ଭୋଟର ଅବ୍ୟବହିତ ପୂର୍ବରୁ ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ୫୦ରୁ ଊର୍ଦ୍ଧ୍ବ ମନ୍ତ୍ରୀ କୁଆଡ଼େ ଗାଏବ ହୋଇଯାଇଛନ୍ତି। ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୫ ଜଣ ସଂଘୀୟ ଓ ପ୍ରାଦେଶିକ ଉପଦେଷ୍ଟା ତଥା ସ୍ବତନ୍ତ୍ର ସହାୟକ, ଚାରିଜଣ ରାଷ୍ଟ୍ରମନ୍ତ୍ରୀ, ଚାରିଜଣ ଉପଦେଷ୍ଟା ଏବଂ ୧୯ ଜଣ ସ୍ବତନ୍ତ୍ର ସହାୟକ। କେତେକଙ୍କ କହିବା ଅନୁସାରେ ଏହି ମନ୍ତ୍ରୀମାନେ ଆଢ଼ୁଆଳରେ ରହି କୋଉ ପାଣି କୁଆଡ଼େ ଯାଉଛି ପରଖୁଛନ୍ତି ଏବଂ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି। ତେବେ ସଂଘୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କୁ ଢେର ସମର୍ଥନ ମିଳୁଛି। ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ, ସୂଚନା ମନ୍ତ୍ରୀ ଫୱାଦ ଚୌଧ୍ରୀ, ଶକ୍ତିମନ୍ତ୍ରୀ ହମ୍ମାଦ ଆଝାର, ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟାକ ଓ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଇମ୍ରାନଙ୍କୁ ସମର୍ଥନ କରୁଛନ୍ତି। ତେବେ ବହୁ ସଂଖ୍ୟକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ ଏବଂ କ୍ୟାବିନେଟ୍ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ବିପଦ ସମୟରେ ଅନୁପସ୍ଥିତ ରହି ନିଜ ମନୋଭାବକୁ ସ୍ପଷ୍ଟ କରିଦେଇଛନ୍ତି। ଆଜି ରାତି ସୁଦ୍ଧା ପରିସ୍ଥିତିରେ ପରିବର୍ତ୍ତନ ନଦେଖିଲେ ଇମ୍ରାନ୍ ଆସନ୍ତାକାଲି ଇସ୍ଲାମାବାଦରେ ଏକ ରୢାଲିରେ ତାଙ୍କ ଇସ୍ତଫା ଘୋଷଣା କରିପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
୫୦ ମନ୍ତ୍ରୀଙ୍କ ପତ୍ତା ମିଳୁନି, ଆଜି ଇସ୍ତଫା ଦେଇପାରନ୍ତି ଇମ୍ରାନ୍
/sambad/media/post_attachments/wp-content/uploads/2022/03/PM_Imran_Khan1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)