ଉନ୍ନାଓ ପୀଡ଼ିତାଙ୍କ ଦୁର୍ଘଟଣା ମାମଲା

ତଦନ୍ତ ପାଇଁ ସିବିଆଇକୁ ମିଳିଲା ଅଧିକ ୨ ସପ୍ତାହ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ଶୁଣାଣି ହୋଇଥିଲା। ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ କାର୍ଯ୍ୟ ଶେଷ କରିବାପାଇଁ ଖଣ୍ଡପୀଠଙ୍କୁ ଅଧିକ ୪ ସପ୍ତାହ ମାଗିଥିଲେ। କିନ୍ତୁ ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ସିବିଆଇକୁ ୪ ସପ୍ତାହ ବଦଳରେ ୨ ସପ୍ତାହ ଅଧିକ ସମୟ ଦେଇଛନ୍ତି। ଏହି ସମୟ ଅବଧି ମଧ୍ୟରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାର ତଦନ୍ତ ଶେଷ କରିବାପାଇଁ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର