ନୂଆଦିଲ୍ଲୀ: ଅସାମ୍ବିଧାନିକ ଏବଂ ଅପ୍ରାସଙ୍ଗିକ କହି ମହାରାଷ୍ଟ୍ର ବିଧାନସଭାର ୧୨ଜଣ ‘ବିଜେପି’ ବିଧାୟକଙ୍କ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରିଛନ୍ତି।
ନିଲମ୍ବନ ଆଦେଶ କେବଳ ଜୁଲାଇ ୨୦୨୧ ଚାଲିଥିବା ମୌସୁମୀ ଅଧିବେଶନ ନିମନ୍ତେ ପ୍ରଯୁଜ୍ୟ ହୋଇପାରେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
୨୦୨୧ ଜୁଲାଇରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଥିବା ଭାସ୍କର ଯାଦବ ଗୃହରେ ଗୋଳମାଳ ସମୟରେ ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ହେତୁ ୧୨ଜଣ ‘ବିଜେପି’ ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରିଥିଲେ।
Image Courtesy of OneIndiaନିଲମ୍ବିତ ୧୨ ‘ବିଜେପି’ ବିଧାୟକମାନେ ହେଉଛନ୍ତି ସଞ୍ଜୟ କୁଟେ, ଆଶିଷ ଶେଲାର୍, ଅଭିମନ୍ୟୁ ପାୱର, ଗିରୀଶ ମହାଜନ, ଅତୁଳ ଭଟକଲକାର, ପରାଗ ଅଲୱନି, ହରିଶ ପିମ୍ପାଲେ, ରାମ ଶତପୁତେ, ବିଜୟ କୁମାର ରାୱଲ୍, ଯୋଗେଶ ସାଗର, ନାରାୟଣ କୁଚେ ଏବଂ କୀର୍ତ୍ତି କୁମାର ବଙ୍ଗଡିଆ।
ସେତେବେଳେ ବାଚସ୍ପତି ଯାଦବ ବୁଝାଇ କହିଥିଲେ ଯେ, ଗୃହ ମୁଲତବୀ କରାଯାଇଥିବା ବେଳେ ବିରୋଧୀ ନେତାମାନେ ତାଙ୍କ କ୍ୟାବିନ୍ରେ ପଶି ବିରୋଧୀଦଳର ନେତା ଦେବେନ୍ଦ୍ର ଫଡ଼ନବିସ ଏବଂ ବରିଷ୍ଠ ‘ବିଜେପି’ ନେତା ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ଆଗରେ ତାଙ୍କୁ ଗାଳିଫଜିତ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/mmlas.jpg)