ପାକ୍‌ ମନ୍ତ୍ରୀଙ୍କ ବୟାନ, ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି

ଇସଲାମାବାଦ୍‌ : ଏବେ ଭାରତ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍‌ ରସିଦ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଲଗାତାର ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିବାରୁ ଆଉ ଆଉ ନିରବ ରହିପାରିବୁ ନାହି। ପାରମ୍ପାରିକ ଯୁଦ୍ଧାସ୍ତ୍ର ଦ୍ବାରା ଭାରତ ଲଗାତାର ପାକିସ୍ତାନର କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଇ ଭାରତୀୟ ସେନା ପକ୍ଷରୁ ଗତ ରବିବାର ଦିନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା। ଭାରତର ତୋପ ଆକ୍ରମଣରେ ପିଓକରେ ୩ଟି ଆତଙ୍କବାଦୀ ଶିବିର ଧ୍ବଂସ ହୋଇଥିଲା । ଏଥିଯୋଗୁଁ ପ୍ରାୟ ୨୨ ଜଣ ଆତଙ୍କବାଦୀ ଏବଂ ୧୦ ଜଣ ପାକ୍‌ ସୈନିକ ନିହତ ହୋଇଥିଲେ। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଜନବସତିଗୁଡ଼ିକୁ ଟାର୍ଗେଟ୍‌ କରି ଲଗାତାର ଗୁଳିବର୍ଷା କରୁଛି।

ସମ୍ବନ୍ଧିତ ଖବର