ପ୍ରଧାନମନ୍ତ୍ରୀଙ୍କ ଲିଖିତ ‘ଏଗଜାମ୍‌ ଓ୍ଵାରିୟର୍‌’ ଉନ୍ମୋଚିତ : ପିଲାମାନଙ୍କ ମନରୁ ପରୀକ୍ଷା ଭୟ ଦୂର କରିବା ପାଇଁ ଦେଲେ ଟିପ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲଟଇଛନ୍ତି ଲେଖକ। ସେ ଦଶମ ବୋର୍ଡ଼ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଲେଖିଛନ୍ତି ବହି। ଏହା ପାଠ୍ୟପୁସ୍ତକ ନୁହେଁ, ଏଥିରେ ପରୀକ୍ଷା ପାଇଁ ପିଲାମାନଙ୍କୁ ହେଉଥିବା ଚିନ୍ତା ଏବଂ ଭୟକୁ କିପରି ସାମ୍ନା କରାଯିବ ତାହା ଉଲ୍ଲେଖ କରାଯାଇଛି । ବହିର ନାମ ରଖା ଯାଇଛି ‘ଏଗ୍‌ଜାମ୍‌ ଓ୍ଵାରିୟର’ । ଏହି ବହି ପଢ଼ିବା ପରେ ପିଲାମାନେ ଉପକୃତ ହେବେ ବୋଲି ପୁସ୍ତକର ପ୍ରକାଶକ ମତ ଦେଇଛନ୍ତି। ଏହାକୁ ଆଜି ଉନ୍ମୋଚନ କରାଯାଇଥିବା ବେଳେ ବହିଟି ଇଂରାଜୀରେ ଲେଖାଯାଇଥିବା ଜଣା ପଡ଼ିଛି । ପରେ ଏହାକୁ ଅନ୍ୟ ଭାଷାକୁ ଅନୁବାଦ କରାଯିବ ବୋଲି ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କି ବାତ୍‌’କୁ ଲୋକଙ୍କ ଭଲ ପାଇବା ମିଳିବା ପରେ ମୋଦି ବହି ଲେଖିବେ ବୋଲି ଭାବିଥିଲେ । କାରଣ ୨୦୧୫ରେ ମନ୍‌କି ବାତ୍‌ ଆରମ୍ଭ ହେବା ପରେ ସେ ପରୀକ୍ଷାକୁ ନେଇ ପିଲାମାନଙ୍କ ଉପରେ ଥିବା ଚାପକୁ ଜାଣିବାକୁ ପାଇଥିଲେ । ଫେଲ୍‌ ହୋଇଯିବାର ଭୟ ପିଲାମାନଙ୍କୁ କେତେ ପରିମାଣରେ ଚାପଗ୍ରସ୍ତ କରାଇଥାଏ ତାହା ସେ ଶୁଣିଥିଲେ । ଏହା ପରେ ଏହି ଅସୁବିଧାର ସମାଧାନ ପାଇଁ ସେ ଏକ ବହି ଲେଖି କରିବାକୁ ଚାହିଁଥିଲେ ।

Times Now

‘ଏଗ୍‌ଜାମ୍‌ ଓ୍ଵାରିୟର’ ଭାରତ ଏବଂ ଭାରତ ବାହାରର ଛାତ୍ର-ଛାତ୍ରୀମାନଙ୍କ ପାଇଁ ଏକ ସହଜ ଗାଇଡ଼୍‍ ଭାବରେ କାମ କରିବ । ଚାପଗ୍ରସ୍ତ ନ ହୋଇ କିପରି ପରୀକ୍ଷା ପିଲାମାନେ ଦେଇପାରିବେ ତାହାର କିଛି ଟିପ୍ସ ଏଥିରେ ଦିଆ ଯାଇଛି । ଚାପରୁ ଦୂରରେ ରହିବା ପାଇଁ ଏଥିରେ ବିଭିନ୍ନ ଆସନ ଏବଂ ବ୍ୟାୟାମ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ବୋଲି ଜଣା ପଡ଼ିଛି । ପରୀକ୍ଷା ସରିବା ପରେ ପିଲାମାନେ କଣ କରିବା ଦରକାର ତାହା ମଧ୍ୟ ଏଥିରେ ଲେଖାଯାଇଛି ।

ସମ୍ବନ୍ଧିତ ଖବର