କଳାତାଲିକାଭୁକ୍ତ ହେବା ଭୟରେ ୧୨ ଆତଙ୍କବାଦୀ ସଂଗଠନ ଅଫିସରେ ତାଲା ପକାଇଲା ପାକିସ୍ତାନ

ଇସ୍ଲାମାବାଦ: ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା କଳାତାଲିକାଭୁକ୍ତ ହେବାରୁ ବର୍ତ୍ତିବାକୁ ପାକିସ୍ତାନ ଏବେ ପ୍ରାଣପଣେ ଚେଷ୍ଟା ଚଳାଇଛି । ଆତଙ୍କବାଦ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଉପରେ ଏଫଏଟିଏଫ ଚାପ ପକାଉଥିବାରୁ ଇସ୍ଲାମାବାଦ ପକ୍ଷରୁ ପାକିସ୍ତାନର ବିଭିନ୍ନ ଅଞ୍ଚଳ ଓ ପିଓକେ (ପାକ ଅଧିକୃତ କାଶ୍ମୀର)ରେ ଥିବା ପ୍ରାୟ ୧୨ଟି କାଶ୍ମୀରୀ ଆତଙ୍କବାଦୀ ସଂଗଠନର କାର୍ଯ୍ୟାଳୟରେ ତାଲା ପକାଇଛି ।

ଆସନ୍ତା ଜୁନ ୧୬ରୁ ୨୧ ମଧ୍ୟରେ ହେବାକୁ ଥିବା ଏଫଏଟିଏଫର ସାଧାରଣ ବୈଠକରେ ପାକିସ୍ତାନ ସଂପର୍କରେ ଆଲୋଚନା ହେବ । ଏହି ବୈଠକରେ ହିଁ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯିବ କି ନା ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏହି ମୂଲ୍ୟାଙ୍କନ ଭିତ୍ତିରେ ହିଁ ପାକିସ୍ତାନ ଗ୍ରେ ତାଲିକାରେ ରହିବ ନା ନାହିଁ, କିମ୍ବା ତହାକୁ ବଢାଇ କଳାତାଲିକାଭୁକ୍ତ କରାଯିବ ତାହା ନିର୍ଦ୍ଧାରଣ କରାଯିବ । ଦେବାଳିଆ ହୋଇଯାଇଥିବା ପାକିସ୍ତାନ ପାଇଁ ଏହା ବେଶ ଗୁରୁତ୍ୱ ବହନ କରେ ।

ସମ୍ବନ୍ଧିତ ଖବର