ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚ୍ରେ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଏକ ଅଣ୍ଡରଗ୍ରାଉଣ୍ଡ୍ (ଭୂତଳ) ଆଡ଼ାସ୍ଥଳର ପର୍ଦ୍ଦାଫାସ୍ କରିଛି ସୁରକ୍ଷାବାହିନୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ହେବାର ୨ ସପ୍ତାହ ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ଏକ ବଡ଼ଧରଣର ଆକ୍ରମଣ ଯୋଜନା ପଣ୍ଡ କରିଦେଇଛନ୍ତି। ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୁଲିସ ଦ୍ବାରା ପୁଞ୍ଚର ସୁରନକୋଟରେ ଗତକାଲି ସନ୍ଧ୍ୟାରେ ଏକ ମିଳିତ ଅପରେସନ୍ ଚାଲିଥିଲା। ଏହି ସମୟରେ ସୁରକ୍ଷାକର୍ମୀ ୫ଟି ବିସ୍ଫୋରକ ଡିଭାଇସ୍, ୨ଟି ୱାୟାରଲେସ୍ ସେଟ୍ ଏବଂ ୩ଟି ବ୍ଲାଙ୍କେଟ୍ ପାଇଛନ୍ତି। ଏହାପରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅନ୍ୟପକ୍ଷେ ପାକିସ୍ତାନ ସେନା ପୁଞ୍ଚ୍ରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଲଗାତାର ୧୧ ଦିନ ଧରି ପାକସ୍ତାନ ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି।
ପୁଞ୍ଚ୍ରେ ଅଣ୍ଡରଗ୍ରାଉଣ୍ଡ୍ ଆତଙ୍କୀ ନେଟ୍ୱର୍କ ପର୍ଦ୍ଦାଫାସ୍
ଜମ୍ମୁ କାଶ୍ମୀରର ପୁଞ୍ଚ୍ରେ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଏକ ଅଣ୍ଡରଗ୍ରାଉଣ୍ଡ୍ (ଭୂତଳ) ଆଡ଼ାସ୍ଥଳର ପର୍ଦ୍ଦାଫାସ୍ କରିଛି ସୁରକ୍ଷାବାହିନୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ହେବାର ୨ ସପ୍ତାହ ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ଏକ ବଡ଼ଧରଣର ଆକ୍ରମଣ ଯୋଜନା ପଣ୍ଡ କରିଦେଇଛନ୍ତି।
/sambad/media/media_files/2025/05/06/2LgDDYduQvOMb7RCBLfl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)