ଲାଓସରେ ନିର୍ମାଣାଧୀନ ନଦୀବନ୍ଧ ଭୁଷୁଡିଲା, ଶତାଧିକ ମୃତ ଆଶଙ୍କା

ବ୍ୟାଙ୍କକ୍‌ : ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଲାଓସରେ ଏକ ନିର୍ମାଣାଧୀନ ନଦୀବନ୍ଧ ଭୁଷୁଡ଼ିପଡ଼ିବାରୁ ହଠାତ ବନ୍ୟାପାଣି ମାଡିଯାଇ ଅନେକ କ୍ଷୟକ୍ଷତି କରିଛି । ପାଣି ମାଡ଼ିଯିବାରୁ ଅନେକ ଘରଦ୍ୱାର ଭାସିଯାଇଥିବା ଗଣମାଧ୍ୟମ ସୂଚନା ଦେଇଛି । ଲାଓସର ରାଷ୍ଟ୍ରୀୟ ସମ୍ବାଦ ସରବରାହ ସଂସ୍ଥା ଏବିସି ଲାଓସର ସୂଚନା ଅନୁଯାୟୀ ଆଟାପି ରାଜ୍ୟରେ ନିର୍ମାଣାଧୀନ ଜେପିଆନ ଜେନାମ ନଏ ଜଳବିଦ୍ୟୁଦ ଡ୍ୟାମଟି ସୋମବାର ରାତିରେ ହଠାତ ଭାଙ୍ଗିପଡିବାରୁ ପାଣିମାଡିଆସିଥିଲା । ଫଳରେ ଅନେକ ଗାଁ ଗଣ୍ଡା ଭସାଇ ନେଇଛି । ସ୍ଥାନୀୟ ପ୍ରଶାସନ ସୁତ୍ରରୁ ପ୍ରକାଶ ଯେ ଏହି ଘଟଣାରେ ପ୍ରାୟ ୬ ହଜାର ୬୦୦ ଲୋକ ବାସହୀନ ହୋଇପଡିଛନ୍ତି । ଅନେକ ଲୋକ ମୃତ୍ୟବରଣ କରିଥିବାବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଛି, ଏଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ସମ୍ଭାବନା ରହିଛି । ଲାଓସ ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟର ଜରୁରୀ ବୈଠକ ଡାକି ତୁରନ୍ତ ରିଲିଫ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର