ନୂଆଦିଲ୍ଲୀ: ପାକିସ୍ତାନରେ ବେକାରୀ ହାର ଉଦ୍ବେଗଜନକ ସ୍ଥିତିରେ ରହିଛି। ଇମ୍ରାନ ସରକାର ଯଦିଓ ଦେଶର ବେକାରୀ ହାର ୬.୫ ପ୍ରତିଶତରେ ରହିଥିବା ଦର୍ଶାଇଛନ୍ତି ତଥାପି ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ୍ ଇକୋନୋମିକ୍ସ (ପିଆଇଡିଇ) ପକ୍ଷରୁ ବେକାରୀ ହାର ୧୬ ପ୍ରତିଶତ ରହିଥିବା କୁହାଯାଇଛି। ଶିକ୍ଷିତ ବେକାରୀ ହାର ବର୍ତ୍ତମାନ ୨୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି ବୋଲି ପିଆଇଡିଇ କହିଛନ୍ତି। ଡନ୍ ସମ୍ବାଦପତ୍ରରେ ଏହା ପ୍ରକାଶ ପାଇଛି। ଏଥିସହିତ ଗୋଟିଏ ହାଇକୋର୍ଟରେ ଏକ ପିଅନ ପଦ ପାଇଁ ୧୫ ଲକ୍ଷ ବ୍ୟକ୍ତି ଆବେଦନ କରିଥିବାରୁ ଉଚ୍ଚ ବେକାରୀ ହାରର ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ପିଅନ ପଦ ପାଇଁ ଏମ୍ଫିଲ୍ ଡିଗ୍ରିଧାରୀ କରିଥିବା ବ୍ୟକ୍ତିମାନେ ମଧ୍ୟ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ, ୨୦୧୭-୧୮ରେ ପାକିସ୍ତାନରେ ବେକାରୀ ହାର ୬.୯ ପ୍ରତିଶତ ଥିବାବେଳେ ୨୦୧୮=-୧୯ରେ ଏହା ୬.୯ ପ୍ରତିଶତକୁ ବୃଦ୍ଧି ପାଇଛି।
ପାକିସ୍ତାନରେ ବେକାରୀ ହାର ଉଦ୍ବେଗଜନକ: ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଆବେଦନକାରୀ
/sambad/media/post_attachments/wp-content/uploads/2021/09/65କ465ୀ4କତୀ87କତ98ୀକତ65ୀ4ତକ654ୀ65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)