ୟୁନେସ୍କୋର ଆଇକନିକ୍‌ ବୟନ: ୪୭ଟି ଭାରତୀୟ ତାଲିକା ମଧ୍ୟରେ ଓଡ଼ିଶାରୁ ୫

ନୂଆଦିଲ୍ଲୀ : ୟୁନେସ୍କୋ ପକ୍ଷରୁ ଭାରତର ୪୭ଟି ଅନନ୍ୟ ଓ ଐତିହ୍ୟ ସଂପନ୍ନ ବୟନ ତାଲିକା ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଏକ ପୁସ୍ତକ ପ୍ରକାଶ ପାଇଛି। ଏହି ତାଲିକାରେ ଉତ୍ତର ଭାରତର ୧୧ଟି, ଦକ୍ଷିଣ ଭାରତର ୧୧ଟି, ପୂର୍ବ ଭାରତର ୧୦ଟି ପଶ୍ଚିମ ଭାରତର ୧୧ଟି ଏବଂ ଉତ୍ତର ପୂର୍ବ ଭାରତର ୪ ଟି ଐତିହ୍ୟ ବୟନ ସାମିଲ ହୋଇଛି। ପୂର୍ବ ଭାରତର ୧୦ଟି ତାଲିକା ମଧ୍ୟରୁ ଓଡ଼ିଶାର ୫, ପଶ୍ଚିମବଙ୍ଗର ୩ ଓ ବିହାରର ୨ଟି ବୟନ ସ୍ଥାନପାଇଛି।

ଓଡ଼ିଶାର ୫ଟି ଐତିହ୍ୟ ବୟନ ମଧ୍ୟରେ ରହିଛି ବାନ୍ଧ-ଟାଇ-ଡାଇ ୱେଭିଂ, ସମ୍ବଲପୁର ଓ ବ୍ରହ୍ମପୁର ପାଟ (ଫୋଡ଼ା କୁମ୍ଭ), ଖୋର୍ଦ୍ଧା ଧଳାପଥର ପର୍ଦା, କନ୍ଧମାଳର ଡଙ୍ଗରିଆ କନ୍ଧ ବୟନ ଓ କେନ୍ଦୁଲି ପାଟ କାଲିଗ୍ରାଫିକ୍‌ ୱେଭିଂ। ପୁସ୍ତକରେ ପ୍ରତ୍ୟେକ ବୟନର ଇତିହାସ ଏବଂ କିମ୍ବଦନ୍ତୀ ଉଲ୍ଲେଖ ରହିଛି। ଏଥି ସହିତ ଏହି ସବୁ ବସ୍ତ୍ର ପ୍ରସ୍ତୁତିରେ କଷ୍ଟସାଧ୍ୟ ଓ ଗୋପନୀୟ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ କୁହାଯାଇଛି। କେବଳ ସେତିକି ନୁହେଁ, ପୁସ୍ତକରେ ଏହି ସବୁ ଦୁର୍ଲଭ ବୟନର ଲୋକପ୍ରିୟତା ହ୍ରାସ ପାଉଥିବା ଓ ଏହାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋକପାତ କରାଯାଇଛି।

ସମ୍ବନ୍ଧିତ ଖବର