ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ମସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତୁତ ହେଉଛି। ଯଦି ଚୀନ୍ କୌଣସି ଭିଟୋ ପ୍ରୟୋଗ ନକରେ ତା’ହେଲେ ଆଗାମୀ ୧୩ ତାରିଖ ଦିନ ମସୁଦ୍ଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯିବ। ଫ୍ରାନ୍ସ ଏ ବାବଦରେ ଆଣିଥିବା ପ୍ରସ୍ତାବକୁ ଚୀନ୍ ବ୍ୟତୀତ ସମସ୍ତ ସଦସ୍ୟ ରାଷ୍ଟ୍ର ସମର୍ଥନ କରୁଥିବାରୁ ଏ ଦିଗରେ ବିଶେଷ ପ୍ରତିବନ୍ଧକ ରହିବ ନାହିଁ ବୋଲି ଜଣାପଡ଼ିଛି । ପାକିସ୍ତାନ ସରକାର, ସେନା ଏବଂ ଗୁଇନ୍ଦା ସଂସ୍ଥାର ସୁରକ୍ଷା କବଚ ମଧ୍ୟରେ ରହୁଥିବା ମସୁଦ୍ ପ୍ରତି ଚୀନ୍ ମଧ୍ୟ ପୂର୍ବରୁ ଦରଦ ଦେଖାଇ ଆସିଛି ଏବଂ ଭାରତର ପ୍ରସ୍ତାବକୁ ଭଣ୍ଡୁର କରିବା ପାଇଁ ଭିଟୋ ପ୍ରୟୋଗ କରିଛି। ଚୀନ୍ର ଏଭଳି କାର୍ଯ୍ୟକୁ ଆମେରିକା ଓ ପ୍ରାନ୍ସ ସମେତ ଅନେକ ରାଷ୍ଟ୍ର ସମାଲୋଚନା କରିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ସମସ୍ତ ପ୍ରମୁଖ ରାଷ୍ଟ୍ର ଏକଜୁଟ୍ ହେବାକୁ ଫ୍ରାନ୍ସ ଆହ୍ବାନ ଦେଇଛି। ତେଣୁ ୧୩ ତାରିଖ ଦିନ ଚୀନ୍ର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp