ନୂଆଦିଲ୍ଲୀ: ଲକଡାଉନ ଓ କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ବର୍ତ୍ତମାନ ଶିଶୁମାନଙ୍କ ଟୀକାକରଣ କାର୍ଯ୍ୟ ବନ୍ଦ ରହିଛି | ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ୟୁନିସେଫ(ୟୁନାଇଟେଡ଼ ନେସନ ଚିଲଡ୍ରେନ୍ସ ଫଣ୍ଡ ) | ୟୁନିସେଫ କହିଛି ଯେ କରୋନା ଭୂତାଣୁକୁ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଲକଡାଉନ୍ ଯୋଗୁଁ ପିଲାମାନଙ୍କୁ ଜୀବନ ରକ୍ଷାକାରୀ ଟିକା ଦିଆଯାଇ ନାହିଁ | ଦକ୍ଷିଣ ଏସିଆର କିଛି ଦେଶରେ ଟୀକା ଦିଆଯାଉନଥିବାରୁ ଏହି ଅଂଚଳରେ ଆଉ ଏକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ସଂଗଠନ କହିଛି।
ଏଥିରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନର ପ୍ରାୟ ୪୫ଲକ୍ଷ ଶିଶୁ ଜଡିତ ଅଛନ୍ତି। ମିଳିତ ଜାତିସଂଘର ଶିଶୁ ପାଣ୍ଠି କହିଛି ଯେ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳର ବିଭିନ୍ନ ସ୍ଥାନରେ ମିଳିମିଳା ଏବଂ ଡିଫଥେରିଆ ରୋଗ ଦେଖାଦେଇଛି। କାରଣ ଲକଡାଉନ ଯୋଗୁଁ ନିୟମିତ ଟୀକାକରଣରେ ବାଧା ଉପୁଜିଛି |
/sambad/media/post_attachments/wp-content/uploads/2019/01/unicef-copy.jpg-fa-300x254.jpg)
ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉନଥିବାବେଳେ ବାଂଲାଦେଶ ଏବଂ ନେପାଳ ମିଳିମିଳା ପ୍ରତି ଟୀକାକରଣ ଅଭିଯାନକୁ ବନ୍ଦ କରିଦେଇଥିବାବେଳେ ପାକିସ୍ଥାନ ଏବଂ ଆଫଗାନିସ୍ତାନ ପୋଲିଓ ଅଭିଯାନକୁ ସ୍ଥଗିତ ରଖିଛନ୍ତି। ୟୁନିସେଫର ଆଞ୍ଚଳିକ ଅଧିକାରୀ ଦକ୍ଷିଣ ଏସିଆ ପଲ୍ ରାଉଟର କହିଛନ୍ତି ଯେ ଏହି ଅଞ୍ଚଳର କେତେକ ଦେଶରେ ଟୀକା କମିବାରେ ଲାଗିଛି କାରଣ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଯୋଗୁଁ ଟୀକା ଯୋଗାଣରେ ବାଧା ସୃଷ୍ଟି କରିଛି। ତେବେ ଲକଡାଉନବେଳେ ଟୀକାକରଣ ସ୍ଥଗିତ ରଖିବାର କୌଣସି କାରଣ ନାହିଁ | ଯଦି ଟୀକାକରଣ ପୁଣି ଆରମ୍ଭ ନ କରାଯାଏ ତେବେ ଦକ୍ଷିଣ ଏସିଆରେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇପାରେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/vaccination-1588232025.jpg)