ଚେନ୍ନାଇ: ସୋମବାର ରାତି ପ୍ରାୟ ୯:୧୫ ସମୟରେ ଚେନ୍ନାଇସ୍ଥିତ ନୌସେନା ଷ୍ଟେସନ୍ ନିକଟରେ ଗୋଟାଏ ଅଜ୍ଞାତ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିଲା। ପ୍ରାୟ ୫-୧୦ ମିନିଟ୍ ଯାଏଁ ଡ୍ରୋନ୍ଟି ସେଠାରେ ଉଡୁଥିଲା ବୋଲି ଜଣାପଡ଼ିଛି।
ଡ୍ରୋନ୍ ଦେଖାଯିବା ପରେ ତୁରନ୍ତ ସେକ୍ରେଟେରିଏଟ୍ ଥାନାକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟନାର ତଦନ୍ତ କରୁଛି ବୋଲି କହିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା କାରଣରୁ ଭାରତୀୟ ଜଳରାଶି ସୀମାରେ ନିରାପତ୍ତା ବଳ ପହରା ବ୍ୟବସ୍ଥା ବଢ଼ାଇ ଦେଇଛି। ଏହି କାରଣରୁ ଭାରତୀୟ ଆକାଶ ପରିସୀମା ମଧ୍ୟକୁ ଅଜ୍ଞାତ ଉଡ଼ନ୍ତା ବସ୍ତୁ ବା ଡ୍ରୋନ୍ ଆଦି ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କଥା ଗୁଇନ୍ଦା କହିଛି।
ସୋମବାର ଦିନ ମଧ୍ୟ ଭାରତୀୟ ବାୟୁସେନା ରାଜସ୍ଥାନ ଅନ୍ତର୍ଗତ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମା ଗୋଟାଏ ଅଜ୍ଞାତ ଉଡ଼ନ୍ତା ବସ୍ତୁ ଗୁଳିମାରି ଖସାଇ ଦେଇ ଥିଲା, ଯାହା ଡ୍ରୋନ୍ ବୋଲି ପରେ ଜଣାପଡ଼ିଥିଲା।
ଶୀର୍ଷସ୍ତରୀୟ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି କି, ଅଜ୍ଞାତ ବିମାନଟି ଡ୍ରୋନ୍ ପରି ଜଣାପଡୁଥିଲା। ପରେ ତା’ର ଅଂଶ ବିଶେଷ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଫୋର୍ଟ ଆବାସ୍ ନିକଟରୁ ମଳିଥିଲା।