ନୂଆଦିଲ୍ଲୀ: ଫେବ୍ରୁଆରି ୧ ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।
ଜାନୁଆରି ୩୧ ତାରିଖ ଦିନ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ସେଦିନ ମଧ୍ୟ ‘ଅର୍ଥନୈତିକ ସର୍ବେକ୍ଷଣ’ ଉପସ୍ଥାପନ କରାଯିବ।
ସଂସଦର ଦୁଇଟି ଗୃହର ମିଳିତ ଅଧିବେଶନରେ ଆରମ୍ଭ ହେବାକୁ ଥିବା ‘ବଜେଟ୍ ଅଧିବେଶନ’ରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧ ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ ବୋଲି ‘କ୍ୟାବିନେଟ୍ କମିଟି ଅନ୍ ପାର୍ଲାମେଣ୍ଟାରି ଆଫେୟାର୍ସ’ (ସିସିପିଏ) ଅନୁମୋଦନ କରିଛି। ଏହାର ଦୀର୍ଘ ପ୍ରାୟ ଏକ ମାସର ବିରତି ପରେ ଅର୍ଥାତ୍ ମାର୍ଚ ୧୪ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ଦ୍ବିତୀୟାର୍ଦ୍ଧ ଚାଲିବ ବୋଲି ଆଶା କରାଯାଉଛି।
Image Courtesy of Mintସୂଚନାଯୋଗ୍ୟ, କରୋନାଭାଇରସ୍ଜନିତ ମହାମାରୀ ହେତୁ ଗତ ୫ଟି ସଂସଦୀୟ ଅଧିବେଶନ କାଣ୍ଟଛାଣ୍ଟ କରାଯାଇଛି। ସରକାରୀ ଅଧିକାରୀମାନେ କହୁଛନ୍ତି ଯେ, ରାଜ୍ୟସଭା ଏବଂ ଲୋକସଭା ଅଧିବେଶନ ନିମନ୍ତେ ପୃଥକ୍ ଅଧିବେଶନ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯିବା ସହ ବଜେଟ୍ ଅଧିବେଶନ ସମୟରେ ସାମାଜିକ ଦୂରତ୍ବ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି।
ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ଜଣେ ସରକାରୀ ଅଧିକାରୀ କହିଛନ୍ତି, ଆମେ ବିଭିନ୍ନ ବିକଳ୍ପ ଖୋଜୁଛୁ। କିନ୍ତୁ, ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ମାସର ଶେଷ ଆଡ଼କୁ ଥିବା କୋଭିଡ୍ ପରିସ୍ଥିତି ଉପରେ ନିର୍ଭର କରିବ। କେମିତି ଅଧିବେଶନ ଚାଲିବ ସେ ପ୍ରସଙ୍ଗରେ ଆଲୋଚନା ପାଇଁ ଜାନୁଆରି ୨୫ କିଂବା ୨୬ ତାରିଖରେ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ବୈଠକ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Union-Budget-on-1st-February_Thumbnail.jpg)