ନୂଆଦିଲ୍ଲୀ:ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ୨୦୨୦ରେ ନୂଆ ଟିକସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ନୂଆ ଆୟକର ବ୍ୟବସ୍ଥାରେ ୬ଟି ଟିକସ ସ୍ଲାବ ରହିଛି। ଉକ୍ତ ଟିକସ ସ୍ଲାବ ୨.୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା। ଆଜି କିନ୍ତୁ ଅର୍ଥମନ୍ତ୍ରୀ ଏହି ସ୍ଲାବକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ୪୫ ହଜାର ଟଙ୍କାର ଟିକସ
ନୂଆ ଆୟକର ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଆୟକର ବ୍ୟବସ୍ଥାରେ ଘୋଷଣା ହୋଇଥିବା ପରିବର୍ତ୍ତନ ଓ ଅନ୍ୟାନ୍ୟ ସୁବିଧା ଯୋଗୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ କେବଳ ୪୫ ହଜାର ଟଙ୍କାର ଟିକସ ଦେବାକୁ ହେବ (ଆୟକରଦାତାଙ୍କର ଆୟର ଏହା ମାତ୍ର ୫%)। ବର୍ତ୍ତମାନ ଆୟକରଦାତାମାନେ ଏହି ବର୍ଗରେ ୬୦ ହଜାର ଟଙ୍କାର ଟିକସ ପ୍ରଦାନ କରୁଛନ୍ତି। ଅର୍ଥାତ୍ ନୂଆ ପ୍ରସ୍ତାବ ଅନୁଯାୟୀ ଆୟକର ଦାତାଙ୍କୁ ୧୫ ହଜାର ଟଙ୍କାର କମ୍ ଟିକସ ଦେବାକୁ ପଡ଼ିବ। ସେହିଭଳି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ କେବଳ ୧.୫ ଲକ୍ଷ ଟଙ୍କା ବା ୧୦% ଟିକସ ଦେବାକୁ ହେବ। ବର୍ତ୍ତମାନ ସେମାନେ ୧,୮୭,୫୦୦ ଟଙ୍କାର ଟିକସ ପ୍ରଦାନ କରୁଛନ୍ତି।
/sambad/media/post_attachments/wp-content/uploads/2023/02/45.jpg)
ସର୍ବୋଚ୍ଚ ଟିକସ ହାର ୩୯%କୁ ହ୍ରାସ
ଆୟକର କ୍ଷେତ୍ରରେ ସେସ୍ ଓ ସରଚାର୍ଜକୁ ମିଶାଇଲେ ଦେଶର ଧନୀମାନେ ଏବେ ୪୨.୭୪% ହାରରେ ଆୟକର ପ୍ରଦାନ କରୁଛନ୍ତି। ବିଶ୍ବରେ ଏହା ସର୍ବାଧିକ। ତେଣୁ ଉକ୍ତ ଆୟବର୍ଗର ଲୋକଙ୍କ ପାଇଁ ସରଚାର୍ଜ ହାର ୩୭%ରୁ ୨୫%କୁ ହ୍ରାସ ପ୍ରସ୍ତାବ ବଜେଟରେ ରଖାଯାଇଛି। ଏଥିଯୋଗୁ ଧନୀଙ୍କ ପ୍ରଭାବୀ ଟିକସ ହାର ୩୯%କୁ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ
ପୁରୁଣା ଟିକସ ବ୍ୟବସ୍ଥାରେ ଆୟକର ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କୌଣସି ପରିବର୍ତ୍ତନ ଅଣାଯାଇନାହିଁ। ପୁରୁଣା ଆୟକର ବ୍ୟବସ୍ଥାରେ ନିବେଶ ଏବଂ ଘରଭଡ଼ା ଖର୍ଚ୍ଚ ଉପରେ ରିହାତି ପ୍ରଦାନ କରାଯାଉଛି। ଅଧିକରୁ ଅଧିକ ବେତନଭୋଗୀ ଯେଭଳି ପୁରୁଣା ପରିବର୍ତ୍ତେ ନୂଆ ଆୟକର ବ୍ୟବସ୍ଥାକୁ ଆସିବେ ସେଥିପାଇଁ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସୁବିଧା ପ୍ରଦାନ କରାଯାଇଛି। ବାର୍ଷିକ ୧୫ ଲକ୍ଷ କିମ୍ବା ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବାବଦରେ ନୂଆ ବ୍ୟବସ୍ଥାରେ ୫୨,୫୦୦ ଟଙ୍କାର ସୁବିଧା ମିଳିବ।
ଅବସରବେଳେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛୁଟି ଅର୍ଥ ଉପରେ ଲାଗିବନି ଟିକସ
ବେସରକାରୀ କର୍ମଚାରୀଙ୍କ ଅବସରକାଳୀନ ଛୁଟି ବାବଦରେ ୩ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉପରେ ଟିକସ ଆଦାୟ କରାଯାଉ ନଥିଲା। ଶେଷଥର ପାଇଁ ୨୦୦୨ ମସିହାରେ ଏହା ଧାର୍ଯ୍ୟ କରାଯାଇଥିଲା। ସେହି ସମୟରେ ସରକାରୀ କର୍ମଚାରୀଙ୍କ ମାସିକ ସର୍ବୋଚ୍ଚ ବେତନ ୩୦ ହଜାର ଟଙ୍କା ଥିଲା। କିନ୍ତୁ ସରକାରୀ ବେତନରେ ହେଉଥିବା ବୃଦ୍ଧିକୁ ଲକ୍ଷ୍ୟ ରଖି ଉକ୍ତ ସୀମାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧିର ପ୍ରସ୍ତାବ ରଖିଛନ୍ତି।
ନୂଆ ଟିକସ ବ୍ୟବସ୍ଥା ସ୍ବତଃ କାର୍ଯ୍ୟକାରୀ ହେବ
ନୂଆ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ଟ୍ୟାକ୍ସ ବ୍ୟବସ୍ଥା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅର୍ଥାତ୍ ଆୟକରଦାତାଙ୍କ ପାଇଁ ଏହା ପ୍ରଥମ ବିକଳ୍ପ ରହିବ। ଯେଉଁମାନେ ପୁରୁଣା ଆୟକର ବ୍ୟବସ୍ଥାର ସୁବିଧା ନେବାକୁ ଚାହିବେ ସେମାନେ ତାହାକୁ ଚୟନ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/44.jpg)