କେନ୍ଦ୍ର ବଜେଟ୍‌ ୨୦୨୩-୨୪ : ଗରିବ ବନ୍ଦୀଙ୍କୁ ଜାମିନ ପାଇଁ ଅର୍ଥ ସାହାଯ୍ୟ ଦେବ କେନ୍ଦ୍ର

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ, ବହୁ ଗରିବ ଲୋକ ଜରିମାନା ଅର୍ଥ ଦେଇ ନ ପାରିବାରୁ କିମ୍ବା ଜାମିନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରି ନ ପାରିବାରୁ ଜେଲରେ ରହିଛନ୍ତି। ଏଣିକି କେନ୍ଦ୍ର ସରକାର ସେମାନଙ୍କୁ ଏ ବାବଦରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ।

ଗତବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତିମାନଙ୍କର ଏକ ମିଳିତ ବୈଠକରେ କହିଥିଲେ କି ବିନା ବିଚାରରେ ଯେଉଁ ବିଚାରାଧୀନ କଏଦୀମାନେ ବର୍ଷବର୍ଷ ଧରି ଜେଲରେ ଶଢ଼ୁଛନ୍ତି, ମାନବିକ ସମ୍ବେଦନଶୀଳତା ତଥା ଆଇନର ବିଧିବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ମୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଉ। ପ୍ରତି ଜିଲ୍ଲାରେ ଜିଲ୍ଲା ଜଜ୍‌ଙ୍କ ନେତୃତ୍ବାଧୀନ ଏକ କମିଟି ରହିଛି। ଏପରି ମାମଲାଗୁଡ଼ିକୁ କମିଟି ଦ୍ବାରା ସମୀକ୍ଷା କରି ଯେଉଁଠି ସମ୍ଭବ କଏଦୀମାନଙ୍କୁ ଜାମିନରେ ଛାଡ଼ିବାର ବ୍ୟବସ୍ଥା କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।

ରାଷ୍ଟ୍ରପତିଙ୍କ ଘର ଖର୍ଚ୍ଚରେ ୧୦ କୋଟି ହ୍ରାସ

MakeMyTrip

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ଖର୍ଚ୍ଚ ୧୦ କୋଟି ଟଙ୍କା ହ୍ରାସ କରାଯାଇଛି। କର୍ମଚାରୀଙ୍କୁ ବେତନ ସମେତ ରାଷ୍ଟ୍ରପତିଙ୍କ ଘରର ବିଭିନ୍ନ ଖର୍ଚ୍ଚ ପାଇଁ ଏଥର ବଜେଟ୍‌ରେ ୩୬.୨୨ କୋଟି ଟଙ୍କା ଦିଆଯାଇଛି। ୨୦୨୨-୨୩ ର ସଂଶୋଧିତ ଅଟକଳରେ ସେଥିପାଇଁ ୪୬.୨୭ କୋଟି ଟଙ୍କା ଦିଆଯାଇଥିଲା। ରାଷ୍ଟ୍ରପତିଙ୍କ ସେକ୍ରେଟାରିଏଟ୍‌ ପାଇଁ ବ୍ୟୟବରାଦ ୫୩.୩୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ମୋଟ ଉପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୯୦.୧୪ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର