ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆଜି ତାଙ୍କର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ମଙ୍ଗଳବାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୩ରେ ଶେଷ ହେବ। ମାର୍ଚ୍ଚ ୧୨ରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପୁଣି ବସିବ ଯାହା ଏପ୍ରିଲ ୬ ତାରିଖରେ ଶେଷ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
କର୍ପୋରେଟ୍ ଜଗତର କେତେକ ପ୍ରମୁଖ ବ୍ୟକ୍ତିଙ୍କ ପ୍ରତିକ୍ରିୟା –
ଶୁଭ୍ରକାନ୍ତ ପଣ୍ଡା, ଫିକି ଅଧ୍ୟକ୍ଷ: ବଜେଟ୍ ୨୦୨୩ ଏକ ସନ୍ତୁଳିତ ଓ ପ୍ରଗତିଶୀଳ ବଜେଟ୍। ଅଭିବୃଦ୍ଧିକୁ ଏଥିରେ ଗୁରୁତ୍ବ ଦିଆଯାଇଛି। ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଆଗକୁ ବଢ଼ିବା ପାଇଁ ଏହି ବଜେଟ୍ ଏକ ଉତ୍ତମ ପ୍ରୟାସ।
ଆନନ୍ଦ ମହିନ୍ଦ୍ରା, ଶିଳ୍ପପତି: ପ୍ରଶଂସନୀୟ ଓ ପ୍ରଭାବ ସିୃଷ୍ଟିକାରୀ ବଜେଟ୍। ଛୋଟ ବଜେଟ୍ ଭାଷଣର ଅଧିକ ପ୍ରଭାବ ରହିଛି।
ବି ଗୋପକୁମାର, ଏମ୍ଡି ଓ ସିଇଓ, ଆକ୍ସିସ୍ ସିକ୍ୟୁରିଟିଜ୍: ପୁଞ୍ଜି ବ୍ୟୟ ଦ୍ବାରା ଅଭିବୃଦ୍ଧିକୁ ଗୁରୁତ୍ବ ଦେଉଥିବା ଏକ ଅତ୍ୟନ୍ତ ସୁ-ସନ୍ତୁଳିତ ବଜେଟ୍, ଯେଉଁଥିରେ ଗ୍ରାମ କଲ୍ୟାଣ ଓ କୃଷିକୁ ଅଗ୍ରାଧିକାର ଦିଆଯାଇଛି।
ହର୍ଷ ଗୋଏଙ୍କା, ଶିଳ୍ପପତି: ଏକ ବୁଦ୍ଧିମାନ ବଜେଟ୍ ଯାହା ଭିତ୍ତିଭୂମି, ନିଯୁକ୍ତି ଏବଂ ବ୍ୟବହାରର ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେଉଛି। ଏହା ମଧ୍ୟବିତ୍ତ ଶ୍ରେଣୀର ଶକ୍ତିକୁ ବଢ଼ାଇବ।
ଖ୍ରୀଷ୍ଟିଆନ ଦ ଗଜମ୍ୟାନ, ବରିଷ୍ଠ ଉପାଧ୍ୟକ୍ଷ, ମୁଡିଜ୍ ଇନ୍ଭେଷ୍ଟର୍ସ ସର୍ଭିସ୍, ସିଙ୍ଗାପୁର: ବଜେଟ୍ରେ ପୁଞ୍ଜି ବ୍ୟୟ ଉପରେ ନିରବଚ୍ଛିନ୍ନ ଭାବେ ଗୁରୁତ୍ବ ଦିଆଯାଇଥିବାରୁ ଏଥିରୁ ବ୍ୟୟ ମାନ (କ୍ବାଲିଟି ଅଫ୍ ସ୍ପେଣ୍ଡିଂ)ରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଧୀରେ ଧୀରେ ବିତ୍ତୀୟ ସୁଦୃଢ଼ୀକରଣ ଅବ୍ୟାହତ ରହିଛି ଏବଂ ଏହା ନମିନାଲ ଜିଡିପି ତୁଳନାରେ ସରକାରଙ୍କ ଋଣବୋଝକୁ ହାଲୁକା କରିବ।
ସଞ୍ଜୀବ ବଜାଜ, ଏମ୍ଡି ଓ ସିଇଓ, ବଜାଜ ଫିନସର୍ଭ: ୨୦୨୩-୨୪ ବଜେଟ୍ ଅଭିବୃଦ୍ଧି-ମୂଳକ ଓ ଆଶାବାଦୀ। ଅଭିବୃଦ୍ଧି ଯେପରି ତ୍ବରାନ୍ବିତ ହେବ ତାକୁ ଲକ୍ଷ୍ୟ କରି ବଜେଟ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବିତ୍ତୀୟ ଦାୟିତ୍ବଶୀଳତାକୁ ଉପେକ୍ଷା କରାଯାଇ ନାହିଁ।
ତୁଷାର ପରିହାର, ପ୍ରତିଷ୍ଠାତା, କନେର ବାଗ୍ ଅନ୍ ହସ୍ପିଟାଲିଟି ଓ ଏମ୍ଏସ୍ଏମ୍ଇ କ୍ଷେତ୍ର: ବଜେଟ୍ ୨୦୨୩-୨୪ରେ ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଜିଡିପି ବୃଦ୍ଧିରେ ଏହି କ୍ଷେତ୍ରର ବିଶେଷ ଅବଦାନ ରହିଛି।
ଅଭିଷେକ ସିହ୍ନା, ସହପ୍ରତିଷ୍ଠାତା, ଗୁଡ୍ଡଟ୍ ଅନ୍ ଏଫ୍ଏମ୍ସିଜି ଓ ଏମ୍ଏସ୍ଏମ୍ଇ କ୍ଷେତ୍ର: କୃଷି-ପ୍ରଯୁକ୍ତି, ଖାଦ୍ୟ-ପ୍ରଯୁକ୍ତି ଏବଂ ସାମଗ୍ରିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ବଜେଟ୍ରେ ଯେଉଁଠି ଯେମିତି କରାଯିବା କଥା ସେମିତି ବ୍ୟବସ୍ଥା କରାଯାଇଛି। ମୌଳିକ ଭିତ୍ତିଭୂମି ଯଥା ରେଳପଥ, ରାଜପଥ ଆଦିର ବିକାଶ ଉପରେ ଯଥୋପୁଯୁକ୍ତ ଗୁରୁତ୍ବ ଦିଆଯିବା ସ୍ବାଗତଯୋଗ୍ୟ।
ଜେସାଲ ସମ୍ପତ, ନିର୍ବାହୀ ନିର୍ଦ୍ଦେଶକ, ପୁନେ ଗ୍ୟାସ୍ – ମାନୁଫାକ୍ଚରିଂ, ଏମ୍ଏସ୍ଏମ୍ଇ ଏବଂ ତୈଳ ଓ ଗ୍ୟାସ୍: ଭାରତର ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆୟକର ସ୍ଲାବ୍ରେ ପରିବର୍ତ୍ତନ କରାଯିବା ସୁଖର ବିଷୟ। ଆଗାମୀ ଦିନରେ ବିତ୍ତୀୟ ନିଅଣ୍ଟ ଦୂର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ବି ଗୁରୁତ୍ବପୂର୍ଣ୍ଣ।
ଡ ଅନିଲ ପିଲାଇ, ନିର୍ଦ୍ଦେଶକ, ଟେରାଗ୍ନି କନ୍ସଲ୍ଟିଂ: ପ୍ରାଥମିକ ଗୁରୁତ୍ବ କ୍ଷେତ୍ରକୁ ସଂଜ୍ଞାନ୍ବିତ କରିବା ପାଇଁ ସପ୍ତଋଷି ଫୋକସ୍ ଏକ ଭଲ ଉପାୟ। ଏହା ନିର୍ବାଚନ ବର୍ଷର ପୂର୍ବ ବଜେଟ୍ ହୋଇଥିବା ବେଳେ ଫ୍ରିବି ବଦଳରେ ବିତ୍ତୀୟ ସୁଦୃଢ଼ୀକରଣ ଉପରେ ଗୁରୁତ୍ବ ଦିଆଯିବା ଏକ ସ୍ବାଗଯୋଗ୍ୟ ସଂକେତ। ବିଶ୍ବ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଥିବା ବେଳେ ଭାରତ ଭିତ୍ତିଭୂମି ପୁଞ୍ଜି ବ୍ୟୟ ୧୦,୦୦୦ କୋଟିରୁ ଅଧିକ ବୃଦ୍ଧି କରିବା ନିଜ ଅର୍ଥନୀତି ଉପରେ ଦୃଢ଼ ଆତ୍ମବିଶ୍ବାସକୁ ପ୍ରମାଣିତ କରୁଛି।