ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କର ତୃତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
Union Budget 2021-22 has been presented amid unprecedented circumstances: PM Narendra Modi pic.twitter.com/l0xp9aXlGf
— ANI (@ANI) February 1, 2021
ମୋଦୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ଚଳିତବର୍ଷ ବଜେଟ୍ ଯେଉଁଭଳି ପରିସ୍ଥିତିରେ ଉପସ୍ଥାପନ ହୋଇଛି ପୂର୍ବରୁ ଏପରି ପରିସ୍ଥିତି କେବେ ସୃଷ୍ଟି ହୋଇ ନଥିଲା। ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ଦର୍ଶାଉଛି ଏବଂ ଏହା ପୂରା ବିଶ୍ବବାସୀଙ୍କ ଭିତରେ ଆତ୍ମବିଶ୍ବାସ ସୃଷ୍ଟି କରାଇବ। ବଜେଟରେ କୃଷକଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି, ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। କୃଷକମାନେ ସହଜରେ ଋଣ ପାଇପାରିବେ। କୃଷି ଭିତ୍ତିଭୂମି ପାଣ୍ଠି ସହାୟତାରେ ଏପିଏମସି ବଜାରକୁ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ୨୦୨୧ ବଜେଟ୍ ଅସାଧାରଣ ପରିସ୍ଥିତିରେ ଉପସ୍ଥାପିତ ହୋଇଥିଲେ ବି ଏଥିରେ ବିକାଶର ଆଶା ରହିଛି। ମହାମାରୀ କରୋନା ସାରା ବିଶ୍ବର ମାନବ ସମାଜକୁ ଦୋହଲାଇ ଦେଇଥିବା ବେଳେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ବାସକୁ ଉଜାଗର କରୁଛି। ଅନେକ ଭାବିଥିଲେ ଆମେ ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦିଦେବୁ। ମାତ୍ର ଆମେ ଏକ ସ୍ବଚ୍ଛ ବଜେଟ୍ ଉପସ୍ଥାପନ ଉପରେ ଧ୍ୟାନ ଦେଲୁ।’
वर्ष 2021 का बजट असाधारण परिस्थितियों के बीच पेश किया गया है, इसमें यथार्थ का अहसास और विकास का विश्वास भी है। कोरोना ने दुनिया में जो प्रभाव पैदा किया उसने पूरी मानव जाति को हिला कर रख दिया। इन परिस्थितियों के बीच आज का बजट भारत के आत्मविश्वास को उजागर करने वाला है: प्रधानमंत्री pic.twitter.com/HdYwKXH1SP
— ANI_HindiNews (@AHindinews) February 1, 2021