୪୫ ଲକ୍ଷ କୋଟିର ବଜେଟ୍ : ଜାଣନ୍ତୁ କିଭଳି ୧ଟଙ୍କା ଆୟ ଓ ବ୍ୟୟ ହେବ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା ।

ସରକାର ୨୦୨୩-୨୪ରେ ମୋଟ ୪୫ ଲକ୍ଷ ୧୪ ହଜାର ୮୮୪ କୋଟି ଟଙ୍କା ଆୟ କରିବାକୁ ଅଟକଳ କରିଛନ୍ତି । ଏହା ମଧ୍ୟରୁ ରାଜସ୍ବ ପ୍ରାପ୍ତି ପ୍ରାୟ ୨୬ ଲକ୍ଷ ୩୨ ହଜାର କୋଟି ରହିବ । ନୂଆ ଆର୍ଥିକ ବର୍ଷରେ ସରକାର ପ୍ରାୟ ୧୫ ଲକ୍ଷ ୪୫ ହଜାର କୋଟି ଟଙ୍କାର ଋଣ କରିବେ । ଅନ୍ୟପକ୍ଷରେ ବଜେଟରେ ମୋଟ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।  ଏହି ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟକୁ ଜିଡିପିର ୫.୯ ପ୍ରତିଶତକୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ଯାହାକି ଚଳିତ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ଥିଲା ।

ଆସନ୍ତୁ ଜାଣିବା ଚଳିତ ବଜେଟ ଅନୁସାରେ କିଭଳି ସରକାର ୧ ଟଙ୍କା ଆୟ କରିବେ ଓ କିଭଳି ୧ଟଙ୍କା ବ୍ୟୟ ହେବ।

 

 

 

 

ସମ୍ବନ୍ଧିତ ଖବର