ଜୁନ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ, ଜୁଲାଇ ୫ରେ ବଜେଟ୍‌

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜୁନ ୧୯ରେ ଲୋକସଭା ବାଚସ୍ପତି ଚୟନ କରାଯିବ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ ୨୦ରେ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ ବୋଲି କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ।

ଆସନ୍ତା ଜୁଲାଇ ୫ ରେ କେନ୍ଦ୍ର ବଜେଟ ଲୋକସଭାରେ ଆଗତ କରାଯିବ । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ଏକ ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର