ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଦେଶର ଅଭିବୃଦ୍ଧିକୁ ଗତି ଦେବା ଲାଗି ଲୋକମାନେ ବ୍ୟୟ ବଢ଼ାଇବା ଜରୁରୀ ହୋଇ ପଡ଼ିଥିବାରୁ ଏଥର ବଜେଟ୍ରେ ଆୟକରରେ ହ୍ରାସ ହେବା ସମ୍ଭାବନା ରହିଛି। ବିଭିନ୍ନ ମହଲରୁ ଆୟକର କମ୍ କରିବାକୁ ଦାବି ହୋଇଛି। କୃଷି କ୍ଷେତ୍ର ଲାଗି ପଦକ୍ଷେପ, କେତେକ ଟିକସରେ ସଂଶୋଧନ, ପୁରୁଣା ଆୟକର ଢାଞ୍ଚା ସମ୍ପୂର୍ଣ୍ଣ ଉଚ୍ଛେଦ, ୧୦ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଛାଡ଼ ଭଳି ଘୋଷଣା ହେବାର ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ନିଜର ଅଷ୍ଟମ ଲଗାତାର ବଜେଟ୍କୁ ସଂସଦରେ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ କରିବେ। ବଜେଟ୍ରେ ରିଅଲ୍ ଇଷ୍ଟେଟ୍କୁ ଭିତ୍ତିଭୂମି ମାନ୍ୟତା ଦେବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଘୋଷଣା, ଭିତ୍ତିଭୂମି ବିକାଶ ଓ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ବ ଦିଆଯାଇଥିବ ବୋଲି ଅନୁମାନ କରାଯାଉଛି। ସବୁଥର ଭଳି କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ ବିକାଶକୁ ବଜେଟ୍ରେ ପ୍ରାଧାନ୍ୟ ମିଳିବ।
ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ସରକାର ଯାହା ସମ୍ଭବ ସେହି ପଦକ୍ଷେପ ବିଷୟରେ ବଜେଟ୍ରେ ଘୋଷଣା କରିବେ। କିନ୍ତୁ ସେଥିରେ ସରକାରଙ୍କ ଆର୍ଥିକ ସ୍ବାସ୍ଥ୍ୟକୁ ବଜାୟ ରଖିବା, ନିଅଣ୍ଟ ହ୍ରାସ କରି ଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ବ ମିଳିବ। ସରକାରଙ୍କ ପ୍ରମୁଖ ଯୋଜନା ଯଥା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଦିର ବ୍ୟୟବରାଦ ବଢ଼ିବା ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/01/pJDqy4QiAUkrBlWS2h9q.jpg)