ୟୁପିର କୁସିନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ/ ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁସିନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ନିଜର ଅନୁମୋଦନ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୁଧବାର ଉତ୍ତରପ୍ରଦେଶର କୁସିନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା ଘୋଷଣାକୁ ଅନୁମୋଦନ ପ୍ରଦାନ କରିଛି। ନୋଏଡା ପରେ ଉତ୍ତରପ୍ରଦେଶରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କ୍ଷେତ୍ରରେ କୁସିନଗର ହେଉଛି ଦ୍ୱିତୀୟ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର କୁସିନଗର ଜିଲ୍ଲାର କୁସିନଗର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ। ଏହିଠାରେ ଗୌତମ ବୁଦ୍ଧ ତାଙ୍କ ମୃତ୍ୟୁପରେ ମହାପରିନିର୍ବାଣ ଲାଭ କରିକରିଥିଲେ। ଏହା ଏକ ଅତି ପବିତ୍ର ବୌଦ୍ଧ ତୀର୍ଥ ସ୍ଥଳୀ ଭାବରେ ପରିଗଣିତ ହୋଇଥାଏ। ବିଶ୍ୱର ବିଭିନ୍ନ ସ୍ଥାନରୁ ବୌଦ୍ଧ ତୀର୍ଥଯାତ୍ରୀମାନେ ଏଠାକୁ ତୀର୍ଥଯାତ୍ରା ପାଇଁ ଆସଥାନ୍ତି। ଏହି ସ୍ଥାନଟି ଶ୍ରୀବସ୍ତି, କପିଳବାସ୍ତୁ ଏବଂ ଲୁମ୍ବିନି ପରି ଅନ୍ୟ ବୌଦ୍ଧ ତୀର୍ଥସ୍ଥଳୀ ସହ ଯୋଡ଼ି ହୋଇ ରହିଛି।

ସମ୍ବନ୍ଧିତ ଖବର