ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ଆଜି ପୂର୍ବାହ୍ନରେ ଆୟୋଜିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ‘କୃଷି ଆଇନ ଉଚ୍ଛେଦ ଚିଠା ୨୦୨୧’କୁ ଗ୍ରହଣ କରି ଅନୁମୋଦନ ମୋହର ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରି କେନ୍ଦ୍ର କୃଷି ମନ୍ତ୍ରାଳୟ ମଧ୍ୟ ଉକ୍ତ ଚିଠାକୁ ଚୂଡ଼ାନ୍ତ କରିଥିବା କୁହାଯାଉଛି।
Image Courtesy of India Todayଗତବର୍ଷ ପାରିତ ହୋଇଥିବା ତିନି କୃଷି ବିଲ୍କୁ ପ୍ରତ୍ୟାହାର କରିନେବା ହେଉଛି ‘କୃଷି ଆଇନ ଉଚ୍ଛେଦ ଚିଠା ୨୦୨୧’ର ଉଦ୍ଦେଶ୍ୟ।
ନଭେମ୍ବର ୧୯ ତାରିଖ ଦିନ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କି, କୃଷି ଆଇନ ଉଚ୍ଛେଦ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ, ଆନ୍ଦୋଳନରତ କୃଷକମାନେ ଘରକୁ ଫେରିଯାଆନ୍ତୁ।
Image Courtesy of NDTVପ୍ରଧାନମନ୍ତ୍ରୀ କହିଥିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ। ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି। ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ।
ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି। ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ। ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ବପ୍ନ ସାକାର ହୋଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Cabinate-Approves-Farm-Laws-Rejection_Thumbnail.jpg)