ସମଗ୍ର ଶିକ୍ଷା ଯୋଜନା ୨.୦କୁ  ମଂଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ବୁଧବାରଦିନ ସମଗ୍ର ଶିକ୍ଷା ଯୋଜନା ୨.୦କୁ ମଂଜୁରୀ ଦେଇଛି । ଏହି ଯୋଜନା ୧ ଏପ୍ରିଲ ୨୦୨୧ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହି ଯୋଜନା ପାଇଁ ମୋଟ ୨.୯୪ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି ।

ଏହି ଯୋଜନାରେ  ପ୍ରି ପ୍ରାଇମେରୀରୁ ସିନିୟର ସେକେଣ୍ଡାରୀ ସ୍ତର ପର୍ଯ୍ୟନ୍ତ ମୋଟ ୧.୧୬ ନିୟୁତ ସ୍କୁଲ, ୧୫୬ ନିୟୁତ ଛାତ୍ରଛାତ୍ରୀ ଓ ୫.୭ ନିୟୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ ।

ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ । ପ୍ରି-ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବେ । ସାର୍ବଜନୀନ ଶିକ୍ଷା ସହ ସ୍କୁଲର ଭିତ୍ତିଭୂମି ବିକାଶ ଓ ପିଲାମାନେ ଯେପରି ସ୍କୁଲ ଛାଡ଼ି ଯିବେନି ତାହା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲରେ ଧନ୍ଦାମୂଳକ ଓ ଶାରିରୀକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ । ସେହିପରି ସରକାରୀ ସ୍କୁଲରେ ବି ପ୍ଲେ ସ୍କୁଲ ଆରମ୍ଭ କରାଯିବ ।  ସରକାରୀ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାମାନଙ୍କ ପାଇଁ ମୁଣ୍ଡପିଛା ୫୦୦ ଟଙ୍କା ବ୍ୟୟରେ ଶିକ୍ଷା ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ସମ୍ବନ୍ଧିତ ଖବର