ତିନ ତଲାକ ନିଷେଧ ବିଲକୁ ମୋଦି କ୍ୟାବିନେଟର ମଞ୍ଜୁରୀ, ଆଇନ ମାନ୍ୟତା ପାଇଁ ଶୀତ ଅଧିବେଶନରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଶୁକ୍ରବାର ତିନ ତଲାକ ନିଷେଧ ନେଇ ପ୍ରସ୍ତୁତ ବିଲକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଲକୁ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ। ମୁସଲିମ୍‌ ଓମ୍ୟାନ୍‌(ପ୍ରୋଟେକ୍ସନ ଅଫ୍‌ ରାଇଟ୍‌ସ ଅନ୍‌ ମ୍ୟାରେଜ୍‌) ବିଲ୍‌ ୨୦୧୭କୁ  ତିନ ତଲାକ ବିଲ ନାମ ଦିଆଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଲରେ ଏକାଥରରେ ତିନ ତଲାକ ଦିଆଯିବା ଉପରେ ଦଣ୍ଡ ବିଧାନ ରଖାଯାଇଛି। ଏଥିରେ ମହିଳାଙ୍କୁ ତଲାକ ଦେଲେ  ଭରଣପୋଷଣ ମିଳିବା ଅଧିକାର ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ସୁପ୍ରିମକୋର୍ଟ ତିନ ତଲାକକୁ ବେଆଇନ ଘୋଷଣା କରିଥିଲେ। ଏହା ପରେ ଦେଶରେ ତିନ ତଲାକ  ସମ୍ପର୍କୀତ ମାମଲା ଲୋକଲୋଚନକୁ ଆସିବାକୁ ଲାଗିଥିଲା। ସରକାରଙ୍କ ତରଫରୁ କୁହାଯାଇଥିଲା ଯେ, ତିନ ତଲାକ ଉପରେ ନିୟନ୍ତ୍ରଣ ପାଇଁ ସରକାର ନୂଆ ଆଇନ ଆଣିପାରନ୍ତି।

 

ସମ୍ବନ୍ଧିତ ଖବର