ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି କ୍ୟାବିନେଟ୍ ବୈଠକରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଷ୍ଟୋରେଜ୍ ଯୋଜନାକୁ ଅନୁମୋଦନ ମିଳିଛି। ବର୍ତ୍ତମାନ ଦେଶ ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତା ୧୪୫୦ ଲକ୍ଷ ଟନ୍ ଥିବାବେଳେ ସେଥିରେ ଆଉ ୭୦୦ ଲକ୍ଷ ଟନ କ୍ଷମତା ବୃଦ୍ଧି କରାଯିବ ।
ଏହି ଯୋଜନା ପାଇଁ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ଆନ୍ତଃମନ୍ତ୍ରଣାଳୟ କମିଟି ଗଠନ କରାଯିବ। ଏହି ଯୋଜନା ଆରମ୍ଭ କରିବା ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମ ୧୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟର ଭଣ୍ଡାରଣ କ୍ଷମତା ୨୧୫୦ ଲକ୍ଷ ଟନ୍କୁ ବୃଦ୍ଧି କରାଯିବ । ଏହା ଅଧୀନରେ ପ୍ରତି ବ୍ଲକରେ ୨୦୦୦ ଟନ୍ କ୍ଷମତା ର ଗୋଦାମ ନିର୍ମାଣ କରାଯିବ। ସଂରକ୍ଷଣ ସୁବିଧା ଅଭାବରୁ ଶସ୍ୟକୁ କ୍ଷତିରୁ ରକ୍ଷା କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/WhatsApp-Image-2023-05-31-at-17.41.32.jpeg)